/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691843046.jpg)
Minor Girl Death
ଭାଇ ତତେ ମୁଁ ବୁଝେଇ ବୁଝେଇ ଥକି ଗଲିଣି, ଆଉ ପାରୁନି । ବାପାମାଆ ବି ତୋ ଚିନ୍ତାରେ ଦିନ କାଟୁଛନ୍ତି । ତାଙ୍କ ଆଖିରୁ ଲୁହ ଶୁଖୁନି । ତୁ ନିଶାରେ ଏତେ ଚୁର୍ ରହୁଛୁ ଯେ କଣ କରୁଛୁ ନିଜେ ବି ଜାଣିପାରୁନୁ । ନିଶା ତୁ ଖାଉନୁ ବରଂ ନିଶା ତତେ ଖାଇଦେଲାଣି । ମୁଁ ଥିଲା ବେଳେ ତୁ ବୁଝିଲୁନି, ଭାବିଲି ମୁଁ ଚାଲିଗଲେ ତୁ ସୁଧୁରି ଯିବୁ । ମୁଁ ଯାଉଛି, ତୁ ସୁଧୁରି ଯା..ଏମିତି କିଛି ଲେଖି ନିଜ ଜୀବନ ହାରିଦେଲା ୧୬ ବର୍ଷୀୟା ନାବାଳିକା । ଭାଇକୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ନିଜ ଜୀବନ ହାରିଦେଲା ଭଉଣୀ । ଏମିତି ଏକ ଅବାବନୀୟ ଘଟଣା ଉତ୍ତରପ୍ରଦେଶ ଗାଜିଆବାଦରେ ଦେଖିବାକୁ ମିଳିଛି ।
ନିଜ ଭାଇକୁ ସୁଧାରିବା ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଇଲାନି ଭଉଣୀ । ନିଶାରେ ଧୃତ ଭାଇ ଦିନକୁ ଦିନ ଅପରାଧର ଦୁନିଆରେ ଲିପ୍ତ ରହୁଥିବା ବେଳେ ବାପାମାଆଙ୍କ ଆଖିରୁ ଲୁହ ଶୁଖୁନଥିଲା । ଭାଇକୁ ବୁଝାଇ ବୁଝାଇ ଥକିଗଲା ୧୬ ବର୍ଷର କୁନି ଭଉଣୀ । ଶେଷରେ ସୁଇସାଇଡ୍ ନୋଟ୍ କାନ୍ଥରେ ଲଗାଇ ଝୁଲି ପଡ଼ିଲା ଭଉଣୀ । ଆଉ ସୁଇସାଇଡ୍ ନୋଟରେ ଲେଖିଗଲା ଭାଇ ତୁ ନିଶା ଛାଡ଼ିଦେ ।
ଗୁରୁବାର ନାବାଳିକାଙ୍କ ମାଆ ଘରକୁ ଫେରି ତାଙ୍କ କବାଟ ବାଡ଼େଇବାରୁ ସେ ଆଉ କବାଟ ଖୋଲି ନ ଥିଲେ। ପଡ଼ୋଶୀଙ୍କୁ ଡାକିବା ପରେ ସେମାନେ ପୋଲିସ୍କୁ ଖବର ଦେଇଥିଲେ । ପୋଲିସ ଆସିବା ପରେ କବାଟ ଭାଙ୍ଗି ଘରକୁ ପଶିଲା ବେଳେ ନାବାଳିକାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଏବଂ ସୁଇସାଇଡ ନୋଟକୁ ଜବତ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)