Advertisment

ପାସ୍‌ପୋର୍ଟ ପାଇଁ ଏଣିକି ଅନଲାଇନରେ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ

ନୂଆ ପାସ୍‌ପୋର୍ଟ ପାଇଁ ଆବେଦନ କରୁଛନ୍ତି ? ସେଥିପାଇଁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ମିଳିବାରେ ସମସ୍ୟା ହେଉଛି କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ଏଣିକି ସହଜରେ ମିଳିପାରିବ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ। ଆପଣ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ରରେ (POPSKs) ଅନଲାଇନରେ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
Police Clearance Certificate For Passport

get passport become easy

Advertisment

ନୂଆ ପାସ୍‌ପୋର୍ଟ ପାଇଁ ଆବେଦନ କରୁଛନ୍ତି ? ସେଥିପାଇଁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ମିଳିବାରେ ସମସ୍ୟା ହେଉଛି କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ଏଣିକି ସହଜରେ ମିଳିପାରିବ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ। ଆପଣ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ରରେ (POPSKs) ଅନଲାଇନରେ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ। ଏହି ସୁବିଧା ସେପ୍ଟେମ୍ବର ୨୮ ତାରିଖ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହେବ। ଆବେଦନ କରିବା ପରେ ଲୋକାଲ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ଆପଣ ଘର ଠିକଣାରେ ପଠାଇ ଦେବ।

Advertisment

ଏଠି କହି ରଖିବୁ ପାସପୋର୍ଟ ଆବେଦନ ପାଇଁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ନିହାତି ଜରୁରୀ। କାରଣ ପାସପୋର୍ଟ ଦେବା ପୂର୍ବରୁ କର୍ତ୍ତୃପକ୍ଷ ସଂପୃକ୍ତ ବ୍ୟକ୍ତିଙ୍କ ଅପରାଧିକ ରେକର୍ଡ ସମୀକ୍ଷା କରିଥାନ୍ତି। ଖାଲି ପାସପୋର୍ଟ ନୁହେଁ, ଚାକିରି ପାଇଁ ଆବେଦନ କରିବା ହେଉ ବା ଦୀର୍ଘକାଳୀନ ଭିସା ହେଉ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟର ଆବଶ୍ୟକତା ପଡ଼ିଥାଏ ।

ଅଧିକ ପଢ଼ନ୍ତୁ: ଘରେ ବସି କେମିତି କରିବେ ପାସ୍‌ପୋର୍ଟ ଆବେଦନ ? ଜାଣନ୍ତୁ ସରଳ ଉପାୟ

ପୂର୍ବରୁ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ଅନ୍‌ଲାଇନରେ ଗଭମେଣ୍ଟ ପାସପୋର୍ଟ ସେବା ପୋର୍ଟାଲରେ ଆବେଦନ କରାଯାଉଥିଲା। ସେହିପରି ବିଦେଶରେ ରହୁଥିବା ବ୍ୟକ୍ତି ଇଣ୍ଡିଆନ ଏମ୍ବାସୀ, ହାଇ କମିଶନ ଅଫିସକୁ ଆବେଦନ କରୁଥିଲେ । ହେଲେ ଏବେ ପାସପୋର୍ଟ ସମ୍ପର୍କିତ ଯେ କୌଣସି ସେବା ଅନଲାଇନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରରେ କରିପାରିବେ।

Advertisment

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ଅବେଦନ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ସୁବିଧା ଆଜିଠାରୁ ଉପଲବ୍ଧ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଠି ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଉଠୁଥିବ, ଏହି ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର କ’ଣ ? ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ଏବଂ ଡିପାର୍ଟମେଣ୍ଟ ଅଫ ପୋଷ୍ଟର ମିଳିତ ସହଯୋଗରେ ଖୋଲାଯାଇଛି ଯାହାକି ନାଗରିକଙ୍କୁ ପାସପୋର୍ଟ ସମ୍ପର୍କିତ ସେବା ଯୋଗାଇ ଦେବ। ଦେଶରେ ଏବେ ୪୨୮ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ରହିଛି ।

Passport Passport Seva
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ