• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଦେଶ ଯିବାକୁ ହେଲେ ପାସପୋର୍ଟ ନିହାତି ଜରୁରୀ । ଶିକ୍ଷା ପାଇଁ ହେଉ ଅବା ତୀର୍ଥଯାତ୍ରା, ପର୍ଯ୍ୟଟନ, ବ୍ୟବସାୟ ଉଦ୍ଦେଶ୍ୟ, ଡାକ୍ତରୀ ଚିକିତ୍ସା ହେଉ, ଆପଣ ଯେକୌଣସି କାମରେ ବିଦେଶ ଯିବାକୁ ଚାହିଁଲେ ଆପଣଙ୍କୁ ପାସ୍‌ପୋର୍ଟ କରିବାକୁ ହେବ । ଏମିତିକି ପରିବାରକୁ ଭେଟିବାକୁ ଗଲେ ମଧ୍ୟ ପାସ୍‌ପୋର୍ଟ ଜରୁରୀ । ଏହି ଦସ୍ତାବିଜ୍ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଏ ।

ବିଗତ କିଛି ବର୍ଷ ମଧ୍ୟରେ, ଭାରତରୁ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ଢ଼େର ଗୁଣା ବୃଦ୍ଧି ପାଇଛି । ଏହା ଦ୍ୱାରା ପାସ୍‌ପୋର୍ଟ ଡିମାଣ୍ଡ ମଧ୍ୟ ବଢ଼ିଛି । ଲୋକମାନେ ପ୍ରତ୍ୟେକ ଦିନ ପାସ୍‌ପୋର୍ଟ ଅଫିସ୍ ଆଗରେ ଲମ୍ବା ଲାଇନ୍‌ରେ ଛିଡ଼ା ହେଉଥିବା ଦେଖାଯାଇଛି । ପାସ୍‌ପୋର୍ଟ ଡିମାଣ୍ଡ ବଢ଼ୁଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୨୦୧୦ ମସିହା ମେ‘ ମାସରେ ‘ପାସପୋର୍ଟ ସେବା’ ପୋର୍ଟାଲ ଆରମ୍ଭ କରାଯାଇଥିଲା । ‘ପାସପୋର୍ଟ ସେବା’ ମାଧ୍ୟମରେ ପାସପୋର୍ଟ ଆବେଦନ କରିବା ସହ ଆନୁଷଙ୍ଗିକ ସେବା ଖୁବ୍‌ ସହଜରେ ମିଳିପାରୁଛି ।

ଜଣେ ବ୍ୟକ୍ତି ଏହି ‘ପାସପୋର୍ଟ ସେବା’ ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ୍‌ରେ ଅତି ସହଜରେ ପାସ୍‌ପୋର୍ଟ ପାଇଁ ଆବେଦନ କରିପାରିବ । ଏଠାରେ ଆବେଦନ କରିବା ପରେ ଉକ୍ତ ସଂସ୍ଥା ପକ୍ଷରୁ ପୋଲିସ ଭେରିଫିକେସନ୍‌ ପାଇଁ ଲୋକାଲ ଥାନାକୁ ପଠାଯିବ ଡକ୍ୟୁମେଣ୍ଟ । ସେଠାରୁ ମଧ୍ୟ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କନ୍‌ଫରମେସନ୍ ଆସିବାର ନିୟମ ରହିଛି । ଯାହା ଫଳରେ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଆବେଦନକାରୀଙ୍କୁ ପାସ୍‌ପୋର୍ଟ ମିଳିଥାଏ ।

ଯଦି ଆପଣ ବି ବିଦେଶ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି ଏବଂ ପାସପୋର୍ଟ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ପାସପୋର୍ଟ ସେବା ୱେବ୍ ପୋର୍ଟାଲ୍ ପରିଦର୍ଶନ କରିପାରିବେ । ତେବେ ଆସନ୍ତୁ ଜାଣିବା ପୋର୍ଟାଲକୁ ଯିବା ପରେ କ’ଣ କରିବେ...

କେମିତି କରିବା ଆବେଦନ.

୧. ପାସ୍‌ପୋର୍ଟ ସେବା ଅନ୍‌ଲାଇନ୍‌ ପୋର୍ଟାଲ portalindia.gov.in କୁ ଯାଆନ୍ତୁ ।

୨. ହୋମ୍‌ ସ୍କ୍ରିନ୍‌ରେ ଥିବା ରେଜିଷ୍ଟର ନାଓ ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ । ଆଉ ନିଜର ପଞ୍ଜିକରଣ କରନ୍ତୁ ।

୩.ରେଜିଷ୍ଟ୍ରେସନ୍‌ ପରେ ପାସ୍‌ପୋର୍ଟ ସେବା ଅନ୍‌ଲାଇନ୍‌ ପୋର୍ଟାଲକୁ ଯାଆନ୍ତୁ । ଆଊ ସେଠାରେ ରେଜିଷ୍ଟର କରିଥିବା ଆଇଡି ସହ ଲଗ୍‌ ଇନ୍‌ କରନ୍ତୁ ।

୪. ଏବେ ନିଉ ପାସ୍‌ପୋର୍ଟ/ ପାସ୍‌ପୋର୍ଟ ରି-ଇସ୍ୟୁ ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ ।

୫. ଏହାପରେ ସାମ୍ନାକୁ ଆସିଥିବା ଫର୍ମରେ ଆବଶ୍ୟକ ଥିବା ସମସ୍ତ ବିବରଣୀ ଫିଲ୍‌ଅପ୍‌ କରନ୍ତୁ ।

୬. ଆପଣଙ୍କୁ ଭିଉ ସେଭ୍‌ଡ୍‌/ ସମ୍ମିଟେଡ୍‌ ଆପ୍ଲିକେସନ୍‌ସ୍‌ର ଏକ ଅପସନ୍‌ ଦେଖାଦେବ । ସେଠାରେ କ୍ଲିକ୍‌ କରି ଦେଖନ୍ତୁ ।

୭. ଏହାପରେ ଏହି ସେବା ପାଇଁ ଥିବା ନ୍ୟୁନତମ ଶୁଳ୍କ ବା ଦେୟ ଦେବାକୁ ପେ ଆଣ୍ଡ ସିଡ୍ୟୁଲ ଆପଏଣ୍ଟମେଣ୍ଟ ଅପସନ୍‌ରେ କ୍ଲିକ୍‌ କରନ୍ତୁ । (ନିୟମିତ ଶୁଳ୍କ ୧୫୦୦ ଟଙ୍କା/ ତତ୍‌କାଳ ପାଇଁ ୨୦୦୦ ଟଙ୍କା )

୮.ନେଟ୍‌ ବ୍ୟାଙ୍କିଂ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପେମେଣ୍ଟ କରିବା ପରେ ଏହାର ରସିଦ୍‌ ପ୍ରିଣ୍ଟ କରିବାକୁ ହେବ । ତେଣୁ ତଳେ ଦିଆଯାଇଥିବା ପ୍ରିଣ୍ଟ ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ ।

୯.ଆବେଦନ ପ୍ରକ୍ରିୟା ସରିବା ପରେ ଆପଣଙ୍କୁ ନିଯୁକ୍ତିର ଏକ ବିବରଣୀ ମେସେଜ୍ ଆସିବ । ପାସ୍‌ପୋର୍ଟ ଅଫିସ୍‌ରେ ପ୍ରମାଣ ସ୍ୱରୂପ ଦେଖାଇବା ପାଇଁ ଏହା ଆବଶ୍ୟକ ହୋଇଥାଏ ।

୧୦.ଆବେଦନ କରିବା ବେଳେ ଆପଣ ଅନ୍‌ଲାଇନ୍‌ରେ ଦେଇଥିବା ସମସ୍ତ କାଗଜପତ୍ର ବା ଡକ୍ୟୁମେଣ୍ଟ ଧରି ନିକଟସ୍ଥ ପାସ୍‌ପୋର୍ଟ କାର୍ଯ୍ୟାଳୟରେ ନିଯୁକ୍ତି ତାରିଖ ଦିନ ଆପଣଙ୍କୁ ପହଞ୍ଚିବାକୁ ହେବ ।