Advertisment

ରାସ୍ତାକଡ଼ରୁ ପରିବା କିଣି UPIରେ ପେମେଣ୍ଟ କଲେ ଜର୍ମାନୀ ମନ୍ତ୍ରୀ, ଭାରତର ଡିଜିଟାଲ ଭିତ୍ତିଭୂମି ଦେଖି ପ୍ରଶଂସାରେ ଶତମୁଖ

ପରିବା କିଣିଲେ ଜର୍ମାନୀ ମନ୍ତ୍ରୀ ଭଲକର୍ ଉଇସିଂ । ୟୁପିଆଇରେ ଦେଲେ ଟଙ୍କା । ବ୍ୟବସ୍ଥାର ପ୍ରଶଂସା କଲେ । କହିଲେ, ଭାରତର ସଫଳତାର କାହାଣୀ..

author-image
Prangyan Parimita
ଅଦ୍ୟତନ ହୋଇଛି
German Minister Uses UPI Payment In India for buying veggies

German Embassy India

ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଅର୍ଥାତ୍ UPI ସିଷ୍ଟମ୍‌ ଉପରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଆଗ୍ରହ ଦେଖାଉଛନ୍ତି । ଅତି ସହଜରେ ଡିଜିଟାଲ୍ ପେମେଣ୍ଟ୍ ହେଉଥିବାରୁ ସାରା ବିଶ୍ୱ ଏହାକୁ ଆପଣାଇବାକୁ ଚାହୁଁଛି । ସିଙ୍ଗାପୁର, ୟୁଏଇ, ନେପାଳ, ଭୁଟାନ, ଫ୍ରାନ୍ସ ଏବଂ ଶ୍ରୀଲଙ୍କା ପରି ଦେଶ ଗୁଡ଼ିକ UPI ପେମେଣ୍ଟ ଆପଣାଇ ସାରିଛନ୍ତି । ତେବେ ବର୍ତ୍ତମାନ ଜର୍ମାନୀର ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ୱିସିଂ ମଧ୍ୟ ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ୟୁପିଆଇର ଜଣେ ବଡ଼ ପ୍ରସଂଶକ ପାଲଟି ଯାଇଛନ୍ତି । ଏତେ ସହଜରେ ପେମେଣ୍ଟ୍ ହୋଇ ପାରୁଥିବା ଦେଖି ସେ ଖୁସି ହୋଇଯାଇଛନ୍ତି ।

Advertisment

ଭାରତର ଜର୍ମାନ ଦୂତାବାସରେ ରବିବାର ଦିନ ଡିଜିଟାଲ୍ ଭିତ୍ତିଭୂମିକୁ ପ୍ରଶଂସା କରିବା ସହ ଏହାକୁ ଭାରତର ସଫଳତାର କାହାଣୀ ବୋଲି କହିଛନ୍ତି । ଏନେଇ ଜର୍ମାନ ଦୂତାବାସ ପକ୍ଷରୁ ଏକ ପୋଷ୍ଟ କରାଯାଇଛି । ମନ୍ତ୍ରୀ ଭୋଲକର ୱିସିଂଙ୍କ ଦ୍ୱାରା ରାସ୍ତାରୁ ପନିପରିବା କିଣିଥିବା ତଥା UPIରେ ପେମେଣ୍ଟ କରୁଥିବା ଏକ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛି । ଏତେ ସହଜରେ ପେମେଣ୍ଟ ହେଉଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Advertisment

ପୋଷ୍ଟର କ୍ୟାପସନରେ ଲେଖା ଯାଇଛି, ‘ଭାରତର ସଫଳତାର କାହାଣୀ କହୁଛି ଡିଜିଟାଲ ଭିତ୍ତିଭୂମି । ମାତ୍ର କିଛି ସେକେଣ୍ଡରେ UPIରେ କାରବାର ହୋଇପାରୁଛି । ଲକ୍ଷ ଲକ୍ଷ ଭାରତୀୟ ଏହାକୁ ବ୍ୟବହାର କରୁଛନ୍ତି । ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ୟୁପିଆଇ ପେମେଣ୍ଟର ସରଳତା ଅନୁଭବ କରିବା ସହ ଏହାକୁ ପ୍ରଶଂସା କରିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, 'ଭାରତର ଡିଜିଟାଲ ଅର୍ଥନୀତିର ଅଂଶ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ ।' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏହା ଜର୍ମାନୀର ବ୍ୟବସାୟୀ ଏବଂ ଦୋକାନୀ ମାନଙ୍କ ପାଇଁ ଆଶୀର୍ବାଦ ଠାରୁ କମ୍ ନୁହେଁ । ' UPI ହେଉଛି ଭାରତର ସବୁଠାରୁ ଦ୍ରୁତ ଦେୟ ବ୍ୟବସ୍ଥା । ଏହି କାରଣରୁ ବର୍ଷକ ୩୬୫ ଦିନ ପାଇଁ ଯେକୌଣସି ସମୟରେ ଦେୟ ପ୍ରଦାନ କରାଯାଇପାରିବ । ଗ୍ରାହକମାନେ ଏକ ଭର୍ଚୁଆଲ୍ ପେମେଣ୍ଟ ଠିକଣା ମାଧ୍ୟମରେ ଏଥିରୁ ଦେୟ ଦିଅନ୍ତି ।

UPI
Advertisment
Advertisment