• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅପରାଧ ପ୍ରବଣ ରାଜ୍ୟରେ ଏବେ ଥରହର ଅପରାଧୀ । ଦିନେ ଏଠାରେ ମାଫିଆଙ୍କ ରାଜ୍‌ ଚାଲୁଥିଲା । କଥା କଥାରେ ହଣାକଟା, ମାରଧର, ଗୁଳିକାଣ୍ଡ । ଲୋକେ ଘରୁ ବାହାରିବା ପାଇଁ ଭୟ କରୁଥିଲେ । ହେଲେ ଏବେ ସ୍ଥିତିରେ ବିରାଟ ପରିବର୍ତ୍ତନ ଘଟିଛି । ଚୋରଖଣ୍ଟ, ମାଫିଆ ତଥା ଆତଙ୍କ ଖେଳାଉଥିବା ଲୋକେ ଅଣ୍ଡରଗ୍ରାଉଣ୍ଡ୍‌ ହୋଇଗଲେଣି । ଏହାସହ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଓ ଆଉ ୨ ଜଣ ସହଯୋଗୀ ୨୦୦୬ ମସିହା ଉମେଶ ପାଲ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର କିଛି ଦିନ ପରେ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ।

ଏକ ବଟଲିଂ ପ୍ଲାଣ୍ଟର ଭୂମି ପୂଜନ ଅବସରରେ ଯୋଗୀ କହିଛନ୍ତି, କୋର୍ଟଙ୍କ ଦଣ୍ଡାଦେଶ ପରେ ଗ୍ୟାଙ୍ଗଷ୍ଟରଙ୍କର ପ୍ୟାଣ୍ଟ ଓଦା ହୋଇଗଲାଣି ବୋଲି ସେ କହିଛନ୍ତି । ଯେଉଁ ଗ୍ୟାଙ୍ଗଷ୍ଟରଙ୍କୁ ଦେଖିଲେ ଲୋକେ ଭୟ କରୁଥିଲେ, ସେମାନଙ୍କ ଗୋଟିଏ ଝଲକ ସହରରେ ଆତଙ୍କ ସୃଷ୍ଟି କରୁଥିଲା । ଏବେ ସେମାନେ ଛାନିଆ । ପ୍ରାଣ ଭୟରେ ଲୁଚି ଲୁଚି ବୁଲୁଛନ୍ତି । ପୂର୍ବରୁ ଆଇନ ଶୃଙ୍ଖଳାକୁ ଖାତିର କରୁ ନଥିବା ବଦମାସ୍‌ମାନେ ଏବେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଛନ୍ତି । ଆଉ ଏସବୁ ସାଧାରଣ ଲୋକଙ୍କ ସାମ୍ନାରେ ହିଁ ହେଉଛି । କୋର୍ଟ ଦଣ୍ଡାଦେଶ ଶୁଣି ସେମାନଙ୍କ ପ୍ୟାଣ୍ଟ ଓଦା ହୋଇଯାଉଥିବା ଦେଖାଯାଉଛି।

୨୦୦୫ରେ ବିଏସପିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ଅତିକ ଅହମଦ । ଏହାପରେ ଉମେଶ ପାଲଙ୍କୁ ଅପହରଣ କରାଯାଇଥିଲା । ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ । ଗତ ଫେବୃୟାରୀରେ ୨୪ ପ୍ରୟାଗରାଜଠାରେ କିଛି ଦୁର୍ବୃତ୍ତ ଉମେଶ ପାଲ ଓ ତାଙ୍କ ୨ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ଉମେଶ ଗାଡ଼ିରୁ ଓହ୍ଲାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଉମେଶ ଓ ତାଙ୍କ ଗନ୍‌ମ୍ୟାନ୍‌ଙ୍କ ମୃତ୍ୟୁ ହୋଇଥିଲା । ସାବରମତି ଜେଲ୍‌ରେ ବନ୍ଦୀ ଥିବା ଅତିକ ଅହମ୍ମଦ ହିଁ ଉମେଶ ପାଲ ହତ୍ୟାକାଣ୍ଡର ଯୋଜନା ପ୍ରସ୍ତୁତ କରିଥିବା ପୋଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା ।

ଉମେଶ ପାଲ ଅପହରଣ ମାମଲାର ଶୁଣାଣି ପାଇଁ ଅତିକଙ୍କୁ ଗୁଜରାଟର ସାବରମତି ଜେଲରୁ ପ୍ରୟାଗରାଜ ଅଣାଯାଇଥିଲା । ହେଲେ ଜେଲରୁ ବାହାରିବା ବେଳେ ସେ ଏନକାଉଣ୍ଟର ଆଶଙ୍କା କରିଥିଲା । ଏଥିପାଇଁ ସୁରକ୍ଷାକର୍ମୀଙ୍କ ଗାଡ଼ିବରେ ବସିବା ପୂର୍ବରୁ ହତ୍ୟା ହତ୍ୟା ବୋଲି ଚିତ୍କାର କରିଥିଲେ । ତେବେ ହତ୍ୟାକାଣ୍ଡ ଘଟଣାରେ ଅତିକ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଆଜୀବନ ଜେଲଦଣ୍ଡ ମିଳିଛି।