• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲ୍ । ଅପରାଧୀଙ୍କ ପାଇଁ ସୁଧାର ଗୃହ କହିଲେ ଚଳେ । ଜୀବନରେ କରିଥିବା ଭୁଲକୁ ସୁଧାରିବା ପାଇଁ ତଥା ଶୃଙ୍ଖଳିତ ଜୀବନ ପାଇଁ ଏଠାକୁ ଆସନ୍ତି ଦୋଷୀ । ହେଲେ ରାଜଧାନୀ ଦିଲ୍ଲୀରେ ତିହାର ଜେଲର ଏବେ 'ଅପରାଧୀ' ଆଡ୍ଡାସ୍ଥଳୀରେ ପରିଣତ ହୋଇସାରିଛି । କେବଳ ଭାରତରେ ନୁହେଁ ଦକ୍ଷିଣ ଏସିଆର ସବୁଠାରୁ ବଡ ଜେଲ ହେଉଛି ତିହାର ଜେଲ । କିଛି ଦିନ ହେବ ଗ୍ୟାଙ୍ଗଷ୍ଟରମାନେ ଜେଲ ଭିତରେ ଥାଇ ମର୍ଡର, ଅପହରଣ ପରି ବଡ଼ ବଡ଼ ଅପରାଧ ଘଟାଉଛନ୍ତି । ଆଉ ସବୁ ଜାଣି ଚୁପ୍‌ ବସିଛନ୍ତି ଜେଲ ପ୍ରଶାସନ ଓ ପୋଲିସ୍‌ ।

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଏହାର ସଦ୍ୟତମ ଉଦାହରଣ । ଜେଲର ଚାରିକାନ୍ଥ ଭିତରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ହତ୍ୟାକାଣ୍ଡର ଅନ୍ୟତମ ମାଷ୍ଟରମାଇଣ୍ଡ୍ । ଜେଲରେ ଥାଇ ମର୍ଡର ପ୍ଲାନ୍‌ କରିଥିଲା ଲରେନ୍ସ । ଲରେନ୍ସ ଫୋନରେ କାନାଡାରେ ଥିବା ବନ୍ଧୁ ଗୋଲଡି ବ୍ରାରଙ୍କ ସହ ଯୋଗାଯୋଗ କରି ତାକୁ ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ କରାଇଥିଲା ।

ସେହିପରି ନୀରଜ ବୱାନାଙ୍କ ବିଷୟରେ ମଧ୍ୟ ଏହିପରି ଖବର ଆସୁଛି । ସେ ମଧ୍ୟ ତିହାର ଜେଲରେ ବନ୍ଦ ଅଛି । ଜେଲରେ ଥାଇ ମଧ୍ୟ ରେସଲର ସୁଶୀଲ କୁମାରଙ୍କ ସହ ଜଡିତ ମାମଲାରେ ତାଙ୍କ ନାମ ସାମିଲ ଥିବା କୁହାଯାଇଥିଲା । ବର୍ତ୍ତମାନ ମୋସୱାଲା ମାମଲାରେ ତାଙ୍କ ଗ୍ୟାଙ୍ଗ ପ୍ରତିଶୋଧ ନେବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି ।

ତିହାର ଜେଲରେ ବନ୍ଦ ଅଛନ୍ତି ୧୫ ହଜାର ଅଭିଯୁକ୍ତ

ଦିଲ୍ଲୀର ତିହାର ଜେଲକୁ ଭାରତର ସବୁଠାରୁ ସୁରକ୍ଷିତ ଜେଲ ଭାବେ ବିବେଚନା କରାଯାଏ । ଏଠାରେ ୧୭ ହଜାର ୫୦୦ ଦୋଷୀ ଦଣ୍ଡ ଭୋଗୁଛନ୍ତି । ଏଥିରେ ଅନେକ ହାଇ-ପ୍ରୋଫାଇଲ୍ ମାମଲାର ଅପରାଧୀ ମଧ୍ୟ ଅନ୍ତର୍ଭୁକ୍ତ । ୟାସିନ୍ ମଲିକଙ୍କ ନାମ ମଧ୍ୟ ଏଥିରେ ସାମିଲ ରହିଛି ।

ଦେଶର ସବୁଠାରୁ ଆଧୁନିକ ଜେଲରେ ସିସିଟିଭି, କମ୍ପ୍ୟୁଟରାଇଜଡ୍ ରେକର୍ଡ କିପିଂ ସିଷ୍ଟମ୍ (ପିଏମ୍ଏସ୍), ମୋବାଇଲ୍ ଜାମର୍ସ, ଏକ୍ସ-ରେ ସ୍କାନର୍ସ, ମେଟାଲ୍ ଡିଟେକ୍ଟର୍ସ, କୁଇକ୍ ରିଆକ୍ସନ୍ ଟିମ୍ ଏବଂ ମଲ୍ଟି ଲେୟାର ସିକ୍ୟୁରିଟି ସିଷ୍ଟମ ରହିଛି । ଏହା ସତ୍ତ୍ୱେ ସୁରକ୍ଷା ବ୍ୟବସ୍ଥାରେ ଅନେକ ଢ଼ିଲା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ସେଠାରେ ଅପରାଧିକ କାର୍ଯ୍ୟ କରିବା ପାଇଁ ପ୍ଲାନିଂ ପ୍ଲଟିଂ ମଧ୍ୟ କରାଯାଏ ।

ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ତିହାର ଜେଲ ଏତେ ହାଇ-ଟେକ୍ ଏବଂ ଆଧୁନିକ ସୁବିଧା ଥିଲେ ମଧ୍ୟ ଗ୍ୟାଙ୍ଗଷ୍ଟରମାନେ କିପରି ଅପରାଧିକ ମାମଲାରେ ଲିପ୍ତ ରହୁଛନ୍ତି ?