Advertisment

NIA ପକ୍ଷରୁ ବଡ ଧରଣର ରେଡ୍; ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଚଢଉ

NIA ପକ୍ଷରୁ ବଡ ଧରଣର ରେଡ୍ । ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ ନେଇ NIA ଟିମ୍ ଚଢଉ କରୁଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
NIA Raid News

NIA Raid

NIA ପକ୍ଷରୁ ବଡ ଧରଣର ରେଡ୍ । ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢଉ ଚାଲିଛି । ଏନଆଇଏ ଟିମ୍  ହରିଆଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ଚଢଉ ଚାଲିଛି । ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ ନେଇ NIA ଟିମ୍ ଚଢଉ କରୁଛି । 

Advertisment

ସୂଚନାନୁଯାୟୀ ସ୍ଥାନୀୟ ପୋଲିସ ସହାୟତାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ଉପରେ ଆଜି ଭୋରରୁ ଚଢଉ ଚାଲିଛି । ଆତଙ୍କବାଦୀମାନେ 
ପାଣ୍ଠିଯୋଗାଡ ପାଇଁ ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ସହାୟତା ନେଉଥିବା ଜଣାପଡିବା ପରେ ଏନଆଇଏ ପକ୍ଷରୁ ଏହି ଅପରେସନ ଆରମ୍ଭ ହୋଇଛି ।

ଗତ ବର୍ଷ ଏନଆଇଏ ଏନେଇ ୩ଟି ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ପଞ୍ଜାବ ମୋହାଲିସ୍ଥିତ ପୋଲିସ୍‌ ଗୁଇନ୍ଦା କାର୍ଯ୍ୟାଳୟ ଉପରେ ହୋଇଥିବା ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ରଙ୍ଗାଙ୍କୁ ଗତ ଜାନୁୟାରୀ ୨୫ରେ ଗିରଫ କରିଥିଲା ଏନଆଇଏ । ସେ କାନାଡ଼ାରେ ରହୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲଖବୀର ସିଂ ସାନ୍ଧୁ ଓ ପାକିସ୍ତାନ ଆତଙ୍କୀ ହରବିନ୍ଦର ସିଂ ସାନ୍ଧୁ ସହ ଲିଙ୍କରେ ଥିବା ଜଣାପଡ଼ିଥିଲା।

Advertisment

ଏନେଇ ଏନଆଇଏ ୨୦୨୨ ସେପ୍ଟେମ୍ବର ୨୦ରେ ଏକ ମାମଲା ରୁଜୁ କରି ନିଜ ତରଫରୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାବାଦ ସୀମା ଆର ପଟୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଦେଶ ଭିତରକୁ ପଠାଯାଉଥିବା ଖବର ପାଇ ଏନଆଇଏ ଘନଘନ ଚଢ଼ାଉ କରୁଛି। ଏହି ନେଟୱାର୍କରେ ସାମିଲ ଥିବା ୨ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଓ ଜଣେ ପାଣ୍ଠି ଯୋଗାଡ଼କାରୀଙ୍କୁ ଗିରଫ କରାଯାଇଛି।

NIA Raid
Advertisment
Advertisment