Advertisment

ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଯାତ୍ରାର ଶୁଭାରମ୍ଭ

ଇଏ କେବଳ ଏକ ଜାହାଜ ନୁହେଁ ଏକ ଭାସମାନ ଫାଇଭ ଷ୍ଟାର ହୋଟେଲ।

ଅଦ୍ୟତନ ହୋଇଛି
undefined

Ganga Vilas Cruise

Advertisment

୫୧ ଦିନର ଜଳଯାତ୍ରା, ୨ଟି ଦେଶ, ୨୭ଟି ନଦୀ, ୫୦ ପର୍ଯ୍ୟଟନ ସ୍ଥଳୀ, ୩ ହଜାର ୨ଶହ କିଲୋମିଟର ନଦୀରେ ଯାତ୍ରା। ପବିତ୍ର ଗଂଗାରେ ଭାସମାନ ଫାଇଭ ଷ୍ଟାର ହୋଟେଲର ସୁବିଧା। ଯାତ୍ରା ଆରମ୍ଭ କରିିଛି ବିଶ୍ୱର ଦୀର୍ଘତମ ରିଭର୍ କ୍ରୁଜ୍ ସିପ୍ ଏମଭି ଗଙ୍ଗା ବିଳାସ। ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଦୀର୍ଘତମ ନଦୀ ଜଳଯାତ୍ରା ବାରାଣସୀରୁ ଏହି ରିଭର କ୍ରୁଜର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସବୁଜ ପତାକା ଦେଖାଇ ଭର୍ଚୁଆଲରେ ଏହି ଜଳଯାତ୍ରାକୁ ଗ୍ରୀନ ସିଗନାଲ ଦେଖାଇଥିଲେ ମୋଦି। ବାରାଣସୀରେ ଗଂଗା ଆଳତି ସହ ଏହି ଯାତ୍ରାର ଶୁଭାରମ୍ଭ ହୋଇଛି, ଯାହାକି ଆସାମ ଦିବ୍ରୁଗଡ଼ରେ ସରିବ ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଐତିହାସିକ ଏବଂ ଆଧୁନିକତାର ଅଦ୍ଭୁତ ମିଳନ। ଏହିଯାତ୍ରା ଜରିଆରେ ଦେଖିବାକୁ ମିଳିବ। କ୍ରୁଜ ପର୍ଯ୍ୟଟନର ଏହି ନୂଆ ଯୁଗ ଯୁବ ବର୍ଗଙ୍କ ଲାଗି ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରିବ। ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁଗମ ଏବଂ ଆକର୍ଷଣୀୟ କରିବା ଏହି ରିଭର କ୍ରୁଜର ଉଦ୍ଦେଶ୍ୟ ବୋଲି କହିଛନ୍ତି ମୋଦି।

Advertisment

ବାରାଣସୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବିହାରର ପାଟନା, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶ ରାଜଧାନୀ ଢାକା, ଆସାମର ଧୁବ୍ରି, ଗୌହାଟି ଏବଂ ବ୍ରହ୍ମପୁତ୍ରର ମାଜୁଲି ଦ୍ୱୀପ ଦେଇ ଦିବ୍ରୁଗଡ଼ରେ ପହଞ୍ଚିବ। ମୋଟ ୨୭ଟି ନଦୀର ଜଳମାର୍ଗ ସହ ଭାରତୀୟ ଭୂଖଣ୍ଡର ୩ଟି ପ୍ରମୁଖ ଜଳପଥ ଦେଇ ଏହା ଯାତ୍ରା କରିବ। ଏହି ଯାତ୍ରା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ନୂତନ ଅନୁଭବ ସହ ଭାରତର ଯେଉଁ ପଯର୍ୟଟକ ପୂର୍ବରୁ ଏଭଳି ଯାତ୍ରା ପାଇଁ ବିଦେଶ ଯାତ୍ରା କରୁଥିଲେ ସେମାନଙ୍କ ପାଇଁ ପୂର୍ବୋତ୍ତର ଭାରତ ଦର୍ଶନର ଯାତ୍ରା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ଅଧିକ ପଢ଼ନ୍ତୁ: ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍; ରେଷ୍ଟୁରାଣ୍ଟ, ସ୍ପା, ଜିମ୍ ଭଳି ସବୁ ସୁବିଧା ଉପଲବ୍ଧ

Advertisment

ଇଏ କେବଳ ଏକ ଜାହାଜ ନୁହେଁ ଏକ ଭାସମାନ ଫାଇଭ ଷ୍ଟାର ହୋଟେଲ। ଦୁଇ ମହଲା ବିଶିଷ୍ଟ ଏହି କ୍ରୁଜ୍‌ରେ ମୋଟ୍ ୩୬ ପର୍ଯ୍ୟଟକଙ୍କ ଲାଗି ୧୮ଟି କୋଠରୀ ରହିଛି। ତା ସହିତ ଓପନ ସ୍ପେସ୍, ବାଲକୋନୀ, ଜିମ୍, ଷ୍ଟଡିରୁମ ଏବଂ ଲାଇବ୍ରେରୀ ମଧ୍ୟ ରହିଛି। ମନୋରଂଜନ ଲାଗି ସଂଗୀତ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ସ୍ପା, ସାଲୁନ ସହ ଚିକିତ୍ସା ସେବା ବି ମିଳିବ। ଶବ୍ଦ ପ୍ରଦୂଷଣ ରୋକିବାକୁ ଏଥିରେ ନଏଜ୍ କଣ୍ଟ୍ରୋଲ୍ ସିଷ୍ଟମ ରହିଛି। ସେହିପରି ଏଥିରେ ଏସଟିପି ପ୍ଲାଣ୍ଟ ଲଗାଯାଇଛି ଯାଦ୍ୱାରା ଜାହାଜର ଆବର୍ଜନା କୌଣସି ମତେ ନଦୀକୁ ଛଡାଯିବ ନାହିଁ। ତେବେ ଗଂଗା ବିଳାସ କ୍ରୁଜରେ ଯାତ୍ରା ପାଇଁ ଦିନକୁ ୨୫ ହଜାରରୁ ୫୦ ହଜାର ଟଙ୍କା ପଡ଼ିବ। ୫୧ ଦିନର ଜଳଯାତ୍ରା ପାଇଁ ପ୍ରତିଯାତ୍ରୀଙ୍କୁ ପ୍ରାୟ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ