Advertisment

FASTag Pass: ଅଗଷ୍ଟ ୧୫ରୁ ବର୍ଷିକିଆ ଫାସ୍‌ଟ୍ୟାଗ୍ ପାସ୍‌, ଜାଣନ୍ତୁ କେମିତି ଫାଇଦା ପାଇବେ ଗାଡ଼ି ମାଲିକ ?

ଫାସ୍‌ଟ୍ୟାଗ୍ ଆଧାରିତ ବର୍ଷିକିଆ ପାସ୍ ନେଇ ଗଡକରୀଙ୍କ ବଡ଼ ଘୋଷଣା । ୩ ହଜାର ଟଙ୍କାର ଯେଉଁ ପାସ୍ ବ୍ୟବସ୍ଥା ହୋଇଛି, ସେଥିରେ ଗୋଟିଏ ଗାଡ଼ି ୨୦୦ ଟ୍ରିପ୍ ଅର୍ଥାତ୍ ୨୦୦ ଥର ଜାତୀୟ ରାଜପଥର ଟୋଲ ଗେଟ୍ ଅତିକ୍ରମ କରିପାରିବ । ଜାଣନ୍ତୁ କିଭଳି ଏହି ସ୍କିମର ଫାଇଦା ପାଇବେ ଗାଡ଼ି ମାଲିକ ?

ଅଦ୍ୟତନ ହୋଇଛି
FASTag Pass

FASTag Pass

Advertisment

ଫାସ୍‌ଟ୍ୟାଗ୍ ଆଧାରିତ ବର୍ଷିକିଆ ପାସ୍ ନେଇ ଆଜି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ସେ କହିଛନ୍ତି, ଜାତୀୟ ରାଜପଥରେ ପ୍ରତି ୬୦ କିଲୋମିଟର ବ୍ୟବଧାନରେ ପଡ଼ୁଥିବା ଟୋଲ୍ ଗେଟ୍‌କୁ ନେଇ ଦୀର୍ଘଦିନରୁ ଲୋକଙ୍କର ଅନେକ ଅଭିଯୋଗ ଓ ଦାବି ରହିଥିଲା । ଏଣୁ ସରକାର ଜନସାଧାରଣଙ୍କୁ ଟୋଲ୍ ଫି’ରୁ ଆଶ୍ବସ୍ତି ଦେବାକୁ ଏହି ସ୍କିମ୍ ଆଣିଛନ୍ତି । ଚଳିତ ବର୍ଷ ସ୍ବାଧୀନତା ଦିବସରୁ ଲାଗୁ ହେବାକୁ ଥିବା ଏହି ସ୍କିମକୁ ସ୍ବତନ୍ତ୍ର ଭାବେ କାର୍, ଜିପ୍, ଭ୍ୟାନ୍ ଭଳି ଘରୋଇ ଗାଡ଼ି ଲାଗି ଡିଜାଇନ୍ କରାଯାଇଛି । କମର୍ସିଆଲ ଭେଇକିଲ ବା ବାଣିଜ୍ୟିକ ଗାଡ଼ି ପାଇଁ ଏହି ସ୍କିମ୍ ଲାଗୁହେବନି । 

Advertisment

ମନ୍ତ୍ରୀ କହିଛନ୍ତି ଯେ, ୩ ହଜାର ଟଙ୍କାର ଯେଉଁ ପାସ୍ ବ୍ୟବସ୍ଥା ହୋଇଛି, ସେଥିରେ ଗୋଟିଏ ଗାଡ଼ି ୨୦୦ ଟ୍ରିପ୍ ଅର୍ଥାତ୍ ୨୦୦ ଥର ଜାତୀୟ ରାଜପଥର ଟୋଲ ଗେଟ୍ ଅତିକ୍ରମ କରିପାରିବ । ଏଥିରୁ ମିଳିବାକୁ ଥିବା ଫାଇଦାକୁ ହିସାବ କଲେ, ସର୍ବନିମ୍ନ ୫୦ ଟଙ୍କା ହିସାବରେ ବି ଜଣଙ୍କୁ ୧୦ ହଜାର ଟଙ୍କା ଟୋଲ୍ ଫି’ ଦେବାକୁ ପଡ଼ିଥାନ୍ତା । କିନ୍ତୁ ଏବେ ଘରୋଇ ଗାଡ଼ି ମାଲିକଙ୍କ ପ୍ରାୟ ୭୦ ପ୍ରତିଶତ ଖର୍ଚ୍ଚ ବଞ୍ଚିଯିବ । ଫଳରେ ଲୋକଙ୍କୁ ପ୍ରତି ଟୋଲ୍ ଗେଟ୍ ପିଛା ମାତ୍ର ୧୫ ଟଙ୍କା ହିଁ ଦେବାକୁ ପଡ଼ିବ ବୋଲି କହିଛନ୍ତି ଗଡ଼କରୀ । 

ଅଧିକ ପଢ଼ନ୍ତୁ: ଚିକିତ୍ସା ପାଇଁ ମୁମ୍ବାଇ ହସ୍ପିଟାଲ ଯିବେ ନବୀନ

ଅନେକ ସମୟରେ ଘରୋଇ ଗାଡ଼ି ମାଲିକ ଫାସ୍‌ଟ୍ୟାଗ୍ ରିଚାର୍ଜ କରିବାକୁ ଭୁଲି ଯାଇଥାନ୍ତି । ଯେଉଁଥିପାଇଁ ସେମାନଙ୍କୁ ଟୋଲ୍ ପ୍ଲାଜା ନିକଟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତୁରନ୍ତ ଫାଷ୍ଟ୍ୟାଗ୍ ରିଚାର୍ଜ ନ ହୋଇପାରିଲେ, ଦୁଇଗୁଣା ଟୋଲ୍ ଫି’ ବି ଗଣିବାକୁ ପଡ଼େ । ଏମିତିକି ଟୋଲ୍ ଗେଟ୍ ନିକଟରେ ଭିଡ଼ ଜମିବା କାରଣରୁ ଅନ୍ୟ ଗାଡ଼ିର ୱେଟିଂ ଟାଇମ୍ ବି ବଢ଼ିଯାଏ । 

Advertisment

ଏବେ ପ୍ରଶ୍ନ, କିଭଳି ଏହି ସ୍କିମର ଫାଇଦା ପାଇବେ ଗାଡ଼ି ମାଲିକ ? ସୋସିଆଲ ମିଡିଆ ‘ଏକ୍ସ’ରେ ଗଡ଼କରୀ ଦେଇଥିବା ସୂଚନା ଅନୁସାରେ, ଖୁବଶୀଘ୍ର ଏଥିପାଇଁ ରାଜମାର୍ଗ ଯାତ୍ରା ଆପ୍, ଏନ୍ଏଚ୍ଏଆଇ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଫିସିଆଲ ୱେବସାଇଟରେ ଏକ ଡେଡିକେଟେଡ୍ ଲିଙ୍କ୍ ଦିଆଯିବ । ଏହି ଲିଙ୍କକୁ ଯାଇ ଗାଡ଼ି ମାଲିକମାନେ ସେମାନଙ୍କ ଫାସ୍‌ଟ୍ୟାଗ୍ ଆଧାରିତ ବର୍ଷିକିଆ ପାସ୍ କରିପାରିବେ । ଏବେ ବିଭିନ୍ନ ଟୋଲ୍ ଗେଟରେ ଗୋଟିଏ ଟ୍ରିପ୍ ଲାଗି ୫୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପର୍ଯ୍ୟନ୍ତ ଫି’ ଦେବାକୁ ପଡ଼ୁଥିବାରୁ ଏହି ସ୍କିମ୍‌କୁ ସ୍ୱାଗତ କରିଛନ୍ତି ଗାଡ଼ି ମାଲିକ । 

ଅଧିକ ପଢ଼ନ୍ତୁ: ୩୫ବର୍ଷ ଧରି ପିନ୍ଧିଥିଲେ ଗେ।ଟିଏ ଟେ।ପି, ଲୁଗାପଟାରେ ଦେଉନଥିଲେ ଆଇରନ୍

Advertisment
Nitin Gadkari Union Minister Nitin Gadkari Announces New Transport Policy Fastag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ