• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଛି ଓଡ଼ିଶାର କୋଣାର୍କ ଚକ୍ର। ଯାହା ଆଗରେ ରାଷ୍ଟ୍ର ମୁଖ୍ୟମାନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଷ୍ଟ୍ରର ମୁଖ୍ୟ, ଯୋଗଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ଏହି କୋଣାର୍କ ଚକ ଆଗରେ ସ୍ୱାଗତ କରାଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏହି ଚକ ଦେଖାଇ ପ୍ରଧାନମନ୍ତ୍ରୀ ମୋଦି ଏହାର ବୈଶିଷ୍ଠତା ସମ୍ପର୍କରେ ଅବଗତ କରାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ବେଶ୍ କିଛି ସମୟ ଯାଏଁ ଆମେରିକା ରାଷ୍ଟ୍ରପତିଙ୍କୁ ଗୋଟି ଗୋଟି କରି ସବୁ କିଛି ବୁଝାଇଥିଲେ । କୋଣାର୍କ ଚକ୍ରର ସ୍ଥିତି ଓ ମହତ୍ତ୍ୱ ବିଷୟରେ କହିଥିଲେ । ...୧୩ ଶହ ଶତାଦ୍ଦୀରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ଏହି ଚକରେ ରହିଛି ୨୪ଟି ଅଖ ।...ଯାହା ସମୟ ଓ ବିକାଶର ଧାରାକୁ ଦର୍ଶାଉଛି । ଗଣତନ୍ତ୍ରରେ ଏକତା ଓ ଦିଶାର ପରିବର୍ତ୍ତନ ଧାରାକୁ ଦର୍ଶାଇବାକୁ ଏହା G20ରେ ସ୍ଥାନ ଦିଆଯାଇଛି । ଏବେ କୋଣାର୍କ ଚକ G20ର ମୁଖ୍ୟ ଆକର୍ଷଣ ସାଜିଛି ଉତ୍କଳୀୟ କଳାର ଉତ୍କର୍ଷ... ।

ଆଜି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି ୨୦ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି ବୈଠକ। ବିଶ୍ୱର ତୁଙ୍ଗନେତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ସଂପ୍ରତି ବିଶ୍ୱାସର ନୂଆ ସଂକଟ ଦେଖାଦେଇଛି । ଏହି ସଙ୍କଟକୁ ଦୂର କରିବାକୁ ସମସ୍ତେ ମିଳିମିଶି କାମ କରିବାକୁ ପଡିବ । ଏକାଠି ହେଲେ ସବୁ ସଂକଟ ଦୂର ହୋଇପାରିବ ।

ଏକବିଂଶ ଶତାଦ୍ଦୀ ବିଶ୍ୱକୁ ନୂଆ ଦିଶା ଦେବାର ସମୟ । ‘ଏବେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ ଉପନୀତ । ସବ୍ କା ସାଥ୍, ସବ୍ କା ବିକାଶ, ସବ୍ କା ପ୍ରୟାସ ପଥପ୍ରଦର୍ଶକର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ପ୍ରାରମ୍ଭରେ ମରୋକ୍କାରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ। ...