/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694188279.jpg)
G20 Food Menu
ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ । ଏହି ଦୁଇ ଦିନିଆ ସମ୍ମିଳନୀରେ ବିଶ୍ୱର ପ୍ରମୁଖ ପ୍ରସଙ୍ଗ ଉପରେ ହେବ ଆଲୋଚନା । ଏଥିପାଇଁ ପହଞ୍ଚିବାରେ ଲାଗିଛନ୍ତି ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଓ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଠୁ ଆରମ୍ଭ କରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସହିତ ଜାତିସଂଘର ମହାସଚିବ, ୟୁରୋପୀୟ ସଂଘର ମୁଖ୍ୟ, ଆଇଏମଏଫ୍ ମୁଖ୍ୟ, ଇଟାଲି, ଆର୍ଜେଣ୍ଟିନା, ବାଂଲାଦେଶର ରାଷ୍ଟ୍ରମୁଖ୍ୟ, ଆଫ୍ରିକୀୟ ସଂଘର ସଭାପତି ସମେତ ଅନ୍ୟ ରାଷ୍ଟ୍ରମୁଖ୍ୟ ଓ ବିଭିନ୍ନ ସଂଗଠନର ମୁଖ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ବିଶ୍ୱନେତାଙ୍କୁ ସ୍ୱାଗତ କରିବାକୁ ନବ ବଧୂ ପରି ସଜେଇ ହୋଇଛି ନୂଆଦିଲ୍ଲୀ ।
ରୂପା ଥାଳିରେ ଖାଇବେ ଖାସ୍ ଅତିଥି । ବିଦେଶୀ ଅତିଥିଙ୍କ ଭୋଜନ ପାଇଁ ରୁପାରେ ତିଆରି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ବାସନକୁସନକୁ ପ୍ରସ୍ତୁତ ରଖାଯାଇଛି । ଜୟପୁରର ଏକ ସଂସ୍ଥା ଏସବୁ ବାସନକୁସନ ତିଆରି କରିଥିବା ବେଳେ ଦିଲ୍ଲୀର ୧୦ରୁ ଅଧିକ ନାମିଦାମୀ ହୋଟେଲ୍ ଏସବୁ ବାସନକୁସନ ଅର୍ଡର୍ ଦେଇଛନ୍ତି । ଏସବୁ ବାସନକୁସନରେ ଆମ ଦେଶର ଐତିହ ପରମ୍ପରାର ଝଲକ ବି ଦେଖିବାକୁ ମିଳିଛି । ଅତିଥିମାନଙ୍କୁ ଖାଦ୍ୟ ପରଷା ଯିବା ଲାଗି ଜାତୀୟ ପକ୍ଷୀ ମୟୂର ଆକୃତିର ପାଣିପାତ୍ରଠାରୁ ଆରମ୍ଭ କରି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ବାସନକୁ ସଜାଇ
ରଖାଯାଇଛି।
କେବଳ ରୂପା ଥାଳି ନୁହେଁ ବିଦେଶୀ ଅତିଥିଙ୍କ ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ଖାଦ୍ୟ ମଧ୍ୟ ପରସାଯିବ । ବାଜରା କ୍ଷୀରି, ମାଣ୍ଡିଆ ବାଦାମ୍ ଲଡ଼ୁ, ଅମରନାଥ ଲଡ଼ୁ ଆଦିର ମଧ୍ୟ ସ୍ୱାଦ ଚାଖିବେ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ । ଆଜି ନୂଆଦିଲ୍ଲୀରେ ପହଞ୍ଚିଥିବା ଅତିଥିଙ୍କୁ ସମ୍ପୂର୍ଣ୍ଣ ନିରାମିଷ ଭୋଜନ ପରସାଯିବ ।
ଆସନ୍ତୁ ଜାଣିବା ଆଜିର ମେନ୍ୟୁରେ କ’ଣ ରହିଛି..
ସାଲାଡ୍:
- ଟସ୍ଡ ଇଣ୍ତିଆନ୍ ଗ୍ରୀନ ସାଲାଡ୍
- ପାସ୍ତା ଏବଂ ଗ୍ରୀଲ୍ଡ ଭେଜିଟେବଲ୍ ସାଲାଡ୍
- ଚିକ୍ପି ସୁନ୍ଦଲ ସୁପ୍:
- ରୋଷ୍ଟେଡ୍ ଆଲମଣ୍ତ ଏବଂ ଭେଜିଟେବଲ୍ ବ୍ରୁଥ୍
ମେନ୍ କୋର୍ସ:
- ପନିର୍ ଲବାବ୍ଦାର୍(ଉତ୍ତରପ୍ରଦେଶ ଖାଦ୍ୟ)
- ପଟାଟୋ ଲିଓନେଜ୍
- ସୁବ୍ଜ କୋରମା(ଆନ୍ଧ୍ରପ୍ରଦେଶ ଖାଦ୍ୟ)
- କାଜୁ ମଟର୍ ମଖାନା
- ଆରବିଅତା ସସ୍ ସହ ପିନି
ଲେଣ୍ଟିଲ୍:
ଜୱାର୍ ଡାଲ୍ ତଡ଼କା
ଚାଉଳ:
ପ୍ୟାଜ୍ ଜିରା ପଲାଓ(ପଞ୍ଜାବୀ ଖାଦ୍ୟ)
ଭାରତୀୟ ବ୍ରେଡ୍:
ତନ୍ଦୁରୀ ରୁଟି, ବଟର୍ ନାନ୍, କୁଲଚା
ମିଠା:
କୁତୁ ମାଲପୁଆ(ଉତ୍ତରପ୍ରଦେଶ ସ୍ପେଶାଲ)
କେଶର୍ ପିସ୍ତା ରସ୍ମଲେଇ(ଓଡ଼ିଶା ସ୍ପେଶାଲ)
ୱାର୍ମ ୱାଲନଟ୍ ଏବଂ ଅଦା ଖିରୀ
ଷ୍ଟ୍ରବେରୀ ଆଇସକ୍ରିମ୍
ବ୍ରାକ୍ କରାଣ୍ଟ ଆଇସକ୍ରିମ୍
ପ୍ଲେଟ୍ରେ ଏହି ସୁସ୍ୱାଦୁ ଖାଦ୍ୟ ସାଙ୍ଗରେ ରହିବ କାକୁଡ଼ି ରାଇତା, ମିକ୍ସ ଆଚାର, ସାଧା ଦହି ଓ ହଳଦୀ ଏବଂ ଖଜୁରୀ ଚଟଣି..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)