ବଦଳୁଛି ଘାଟିର ଦୃଶ୍ୟପଟ୍ଟ ! କାଶ୍ମୀରକୁ ପ୍ରଶଂସା କଲେ ଜି-୨୦ର ବିଦେଶୀ ଅତିଥି

କଶ୍ମୀରର ବଦଳୁଥିବା ଦୃଶ୍ୟପଟ୍ଟ ଓ ଭୂସ୍ୱର୍ଗର ସୌନ୍ଦର୍ଯ୍ୟରେ ଯେତିକି ବିମୋହିତ, ଭାରତୀୟଙ୍କ ଆତିଥେୟତାରେ ମଧ୍ୟ ସେତିକି ଆନନ୍ଦିତ ହୋଇଛନ୍ତି ଅତିଥି ।

G20 Guest In Kashmir Dal Lake

ଜମ୍ମୁ କାଶ୍ମୀରରେ ଚାଲିଥିବା ଜି-୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ସମ୍ମିଳନୀର ଦ୍ୱିତୀୟ ଦିନରେ ଆଜି ୱାର୍କିଂ ଏବଂ ବିଜିନେସ ସେସନ ଆୟୋଜିତ ହୋଇଛି। ଆଜି ବିଭିନ୍ନ ସେସନରେ ବିଦେଶରୁ ଆସିଥିବା ଜି-୨୦ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସେପଟେ ବଦଳୁଥିବା କାଶ୍ମୀର ଦୃଶ୍ୟପଟ୍ଟ ଦେଖି ବିଦେଶୀ ଅତିଥି ବିମୋହିତ ହେବା ସହ ଆତିଥେୟତାର ମଧ୍ୟ ଆନନ୍ଦ ଉଠାଇଛନ୍ତି। 

ଅଧିକ ପଢ଼ନ୍ତୁ: ହାଲୁକା ପବନ ସାଙ୍ଗକୁ ସନ୍ଧ୍ୟାର ସହର... ଶିକାରାରେ ବୁଲିଲେ G20 ଅତିଥି

ଶ୍ରୀନଗରର ଡାଲ ହ୍ରଦରେ ଶିକାରା ଡ୍ରାଇଭ୍‌ର ଉପଭୋଗ କରିଛନ୍ତି । ସୁସଜ୍ଜିତ ଏବଂ ଆଲୋକିତ ଶିକାରା ବୋଟରେ ବସି ନଦୀ ବିହାର କରୁଛନ୍ତି ବିଦେଶୀ ଅତିଥି। କଶ୍ମୀରର ବଦଳୁଥିବା ଦୃଶ୍ୟପଟ୍ଟ ଓ ଭୂସ୍ୱର୍ଗର ସୌନ୍ଦର୍ଯ୍ୟରେ ଯେତିକି ବିମୋହିତ, ଭାରତୀୟଙ୍କ ଆତିଥେୟତାରେ ମଧ୍ୟ ସେତିକି ଆନନ୍ଦିତ ହୋଇଛନ୍ତି ଅତିଥି ।

କାଶ୍ମୀରରେ ବଦଳିଛି ସୌନ୍ଦ୍ୟର୍ଯ୍ୟକରଣ । ସଜେଇ ହୋଇଛି ଶ୍ରୀନଗର ସହର। ରାସ୍ତା ଘାଟରୁ ଆରମ୍ଭ କରି ପ୍ରାଚୀରରେ କଳାକୃତିର ମନୋରମ ସମାହାର। ଯାହା ବୟାନ କରୁଛି ଘାଟୀକୁ ପୁଣି ଫେରିଛି ସେହି ପୁରୁଣା ସ୍ମୃତି। ଏହାକୁ ନେଇ ଲୋକଙ୍କ ମନରେ ବି ଆନନ୍ଦର ଲହରୀ । 

ତେବେ କାଶ୍ମୀରରେ ଟୁରିଜିମକୁ ନେଇ ସରକାର ମିଶନ ମୋଡରେ ଥିବା ବେଳେ ଏହି ସମ୍ମିଳନୀ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ। ସେହିଭଳି କାଶ୍ମୀରରେ ଏକ ନୂଆ ଯୁଗର ଆରମ୍ଭ ସହ ଏହା ସମୃଦ୍ଧି ଓ ଶାନ୍ତିର ବାର୍ତ୍ତା ଦେଉଥିବା କହିଛନ୍ତି ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା।