• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ ହେବ ।

ଆଜି ସକାଳ ପ୍ରାୟ ୯ଟା ବେଳେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ବିଶ୍ୱନେତା ଓ ପ୍ରତିନିଧି ମଣ୍ଡଳୀ ପୁଷ୍ପମାଲ୍ୟ କରିବା କାର୍ଯ୍ୟକ୍ରମ ରହିଛି । ପରେ ୧୦ଟା ୧୫ ବେଳକୁ ଭାରତ ମଣ୍ଡପମକୁ ଆଗମନ କରିବେ ବିଶ୍ୱନେତାମାନେ । ଭାରତ ମଣ୍ଡପମ୍ ସାଉଥ୍ ପ୍ଲାଜା ପରିସରରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି । ପରେ ୧୦ଟା ୩୦ରୁ ଆରମ୍ଭ ହେବ ଜି-ଟ୍ୱେଣ୍ଟି ସମ୍ମିଳନୀର ତୃତୀୟ ଅଧିବେଶନ । ୧୨ଟା ୩୦ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଏଥିରେ ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ କରିବେ ବିଶ୍ୱନେତା ।

ଗତକାଲି ପ୍ରଥମ ଦିନରୁ ହିଁ ଭାରତକୁ ମିଳିଥିଲା ବଡ଼ ସଫଳତା । ଜି-ଟ୍ୱେଣ୍ଟି ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ରକୁ ମଂଜୁରୀ ମିଳିବା ସହ ଭାରତର ପ୍ରସ୍ତାବ କ୍ରମେ ନୂଆ ସ୍ଥାୟୀ ସଦସ୍ୟଭାବେ ୫୫ ଦେଶ ବିଶିଷ୍ଟ ଆଫ୍ରିକାନ୍ ୟୁନିୟନକୁ ଜି-ଟ୍ୱେଣ୍ଟିରେ ସାମିଲ କରାଯାଇଥିଲା ।