Advertisment

G-20 ସମ୍ମିଳନୀ: ରୁପା ବାସନରେ ଖାଇବେ, ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ରହିବେ ଅତିଥି...

ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଦେଶରୁ ଭାରତ ଆସୁଥିବା ମାନ୍ୟଗନ୍ୟ ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ରୁପାରେ ତିଆରି ବାସନକୁସନ ତିଆରି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
G20 Summit 2023 Delhi LIVE Updates

G20 Summit 2023

ଦିନକ ପରେ ରାଜଧାନୀର ଦିଲ୍ଲୀରେ ଆରମ୍ଭ ହେବ G-20 ସମ୍ମିଳନୀ। ଏଥିଲାଗି ନୂଆଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ଜଣକ ପରେ ଜଣେ ରାଷ୍ଟ୍ରମୁଖ୍ୟ ଓ ବିଦେଶୀ ଅତିଥି। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଭାରତ ଗସ୍ତରେ ଆସିବେ। ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ।

Advertisment

ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ଜି-୨୦ ସମ୍ମିଳନୀରେ ଯୋଗଦେବା ଲାଗି ଭାରତ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ରିଷି ପ୍ରଥମ ଥର ନୂଆଦିଲ୍ଲୀ ଆସୁଥିବା ବେଳେ ତାଙ୍କ ପାଇଁ ପ୍ରସ୍ତୁତ ରହିଛି ହୋଟେଲ ସାନ୍‌ଗ୍ରୀଲା। ଅନ୍ୟପକ୍ଷେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ଜର୍ମାନୀ, ଜାପାନ, କାନାଡା ଭଳି ଆହୁରି ବହୁ ବିତ୍ତଶାଳୀ ଦେଶର ଶୀର୍ଷ ନେତା ନୂଆଦିଲ୍ଲୀ ଆସୁଥିବା ବେଳେ ସେମାନଙ୍କ ପାଇଁ ପ୍ରସ୍ତୁତ ରହିଛି ହୋଟେଲ ମେରିଡିଆନ୍।

ଭାରତ ତଥା ଦକ୍ଷିଣ ଏସିଆରେ ପ୍ରଥମ ଥର ଆୟୋଜିତ ଏହି G-20 ସମ୍ମିଳନୀରେ ଏଥର ଯୋଗଦେଉ ନାହାନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍। ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ବି ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିିଛନ୍ତି।

Advertisment

ରୁପା ବାସନରେ ଖାଇବେ ଅତିଥି...

ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଦେଶରୁ ଭାରତ ଆସୁଥିବା ମାନ୍ୟଗନ୍ୟ ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ରୁପାରେ ତିଆରି ବାସନକୁସନ ତିଆରି କରାଯାଇଛି। ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ଯେଉଁସବୁ ବାସନକୁସନ ବ୍ୟବହାର କରାଯିବ ତାହା ସବୁ ରୁପାରେ ତିଆରି ହୋଇଛି। ଆଉ ସବୁ ବାସନକୁସନ ଆମ ଦେଶର ଐତିହ ପରମ୍ପରାକୁ ବହନ କରୁଥିବା ଭଳି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।

ଜାତୀୟ ପକ୍ଷୀ ମୟୂର ଆକୃତିର ପାଣିପାତ୍ରଠାରୁ ଆରମ୍ଭ କରି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ବାସନ ବ୍ୟବସ୍ଥା ହୋଇଛି। ଆଉ ଏହାକୁ ଜୟପୁରର ଏକ ସଂସ୍ଥା ପକ୍ଷରୁ ତିଆରି କରାଯାଇଛି। ଦିଲ୍ଲୀର ବହୁ ନାମୀଦାମୀ ହୋଟେଲ୍ ପକ୍ଷରୁ ଏହି ବାସନକୁସନ ସବୁର୍ ଅର୍ଡର୍ ଦିଆଯାଇଛି।

ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା...

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀ ପୋଲିସ ଓ ସେନା ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ହୋଇଛି। ବିଦେଶରୁ ବହୁ ଅତଥି ରାଜଧାନୀ ଦିଲ୍ଲୀକୁ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଇଣ୍ଡିଆନ୍ ଆର୍ମିର ଏକ୍ ଟିମ୍‌କୁ ବୋମା ନିଷ୍କ୍ରିୟ ଦାତିତ୍ୱ ଦିଆଯାଇଥିବା ବେଳେ ଟିମ୍ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଛି। ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଡଗ୍‌ ସ୍କାର୍ଡ୍ ପକ୍ଷରୁ ବିସ୍ଫୋରକ ଚିହ୍ନଟ କରି ଏହାକୁ କେମିତି ନିଷ୍କ୍ରିୟ କରାଯିବ ତାହାର ଡେମୋ ପ୍ରଦର୍ଶନ କରାଯାଇଛି।

G20 Summit
Advertisment
Advertisment