• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାରା ଦେଶରେ ଯାଞ୍ଚ ହେବ କ୍ଷୀର । ସାରା ଦେଶରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ FSSAI। ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କ୍ଷୀର, ଦହି, ଘିଅ, ଛେନା, ପନିର୍, ଖୁଆ, ଆଇସକ୍ରିମ୍ ଯାଞ୍ଚ ହେବ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ ଯାଞ୍ଚ ହେବ।

ଦେଶର ସବୁ ଜିଲ୍ଲାରୁ ସାମ୍ପଲ୍ ସଂଗ୍ରହ କରି ଯାଞ୍ଚ କରିବ FSSAI । ସଂଗଠିତ ଓ ଅସଂଗଠିତ କ୍ଷେତ୍ରରୁ ସାମ୍ପଲ ସଂଗ୍ରହ କରି ଯାଞ୍ଚ କରିବ। FSSAI (ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ) ଦିଆଯାଇଛି ।...

FSSAI ପକ୍ଷରୁ କୁହାଯାଇଛି, ମହାମାରୀ ପର ଠାରୁ ଲୋକେ ଖାଦ୍ୟପଦାର୍ଥକୁ ନେଇ ବେଶ୍‌ ସଚେତନ ହୋଇ ଯାଇଛନ୍ତି । କ୍ଷୀର, ଦହି ପରି ଦୁଗ୍ଧଜାତ ସାମଗ୍ରୀ ଲୋକଙ୍କ ପ୍ରତିଦିନ ଡାଏଟ୍‌ରେ ସାମିଲ ଅଛି । ଏପରିସ୍ଥଳେ ଦୁଗ୍ଧଜାତ ସାମଗ୍ରୀ ବିଶୁଦ୍ଧ ହେବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି FSSAI ଏଭଳି ଏକ ଅଭିଯାନ ଆରମ୍ଭ କରିଛି ।