/odishatv-khabar/media/post_attachments/uploadimage/library/16_9/16_9_0/Marriage_1677000123.jpg)
Marriage
ହିନ୍ଦୁରୀତିନୀତି ବହୁତ ଭଲ, ଏଠିକାର ଲୋକଙ୍କ ପରମ୍ପରା ଦେଖିଲେ ଆମକୁ ଭାରି ଭଲ ଲାଗେ। ଏଇଠି ଅନେକ ସମୟ ବିତାଇବାକୁ ଇଚ୍ଛାହୁଏ। କିଛି ଏମିତି ଭାବି ଫ୍ରାନ୍ସରୁ ଭାରତ ଆସିଛନ୍ତି ବିଦେଶୀ ଦମ୍ପତ୍ତି। ଖାଲି ଆସିଛନ୍ତି ତାହା ନୁହେଁ ବରଂ ଭାରତର ସଂସ୍କୃତି ଓ ପରମ୍ପରାରେ ସେମାନେ ଏତେ ପାଗଳ ଯେ ପୁଣି ଥରେ ରାଜସ୍ଥାନରେ କଲେ ବିବାହ । ଯାହାକୁ ନେଇ ଖାଲି ଦେଶ ନୁହେଁ ବରଂ ବିଦେଶରେ ବି ବଢିଛି ଚର୍ଚ୍ଚା ।
ଫ୍ରାନ୍ସର ବାସିନ୍ଦା ଏରିକ୍ ଏବଂ ଗ୍ରେବିୟଲଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ରାଜସ୍ଥାନର ଟୁରିଷ୍ଟ୍ ଗାଇଡ୍ଙ୍କ ଏମାନେ ସଂପର୍କୀୟ। ଦମ୍ପତିଙ୍କ ବୟସ ୬୦ ରୁ ଅଧିକ ହେବ । ଉଭୟ ବିବାହ କରିବା ପରେ ପିଲା ବି ଅଛନ୍ତି। ବିଦେଶରେ ଏମାନେ ବେଶ୍ ହସଖୁସିରେ ବି ରହୁଥିଲେ। ଏମିତିକି ଉଭୟ ତିନିଥର ଭାରତ ଭ୍ରମଣରେ ବି ଆସିଛନ୍ତି। କାଶୀବିଶ୍ୱନାଥ ସହ ଅନେକ ଧାର୍ମିକ ସ୍ଥାନରେ ସେମାନେ ରହିଛନ୍ତି। ଆଉ ଅତି ପାଖରୁ ଭାରତର ସଂସ୍କୃତି ଓ ପରମ୍ପରାକୁ ଦେଖିଛନ୍ତି।
ଅଧିକ ପଢ଼ନ୍ତୁ: ପ୍ରେମର ବିଜୟ; ହୋଇଯାଇଥିଲା ବ୍ରେକ୍ଅପ୍, ୪୩ ବର୍ଷ ପରେ ଫେରିଲା ପ୍ରେମିକା
ନିଜ ଦେଶରେ ବିବାହ କରିଥିବା ପରେ ବି ବାରମ୍ବାର ଭାରତ ଆସିଛନ୍ତି ଏମାନେ। ଖାଲି ଭାରତ ଆସିନାହାନ୍ତି ବରଂ ଏଠିକାର ସଂସ୍କୃତିକୁ ବେଶ ଭଲପାଇଛନ୍ତି। ତେଣୁ ଭାରତୀୟ ସଂସ୍କୃତିରେ ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏମାନେ। ଖାଲି ନିଷ୍ପତ୍ତି ନେଇଥିଲେ ତାହା ନୁହେଁ ବରଂ ବିବାହ ବି କଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାପା ହୋଇ କନ୍ୟାଦାନ କଲେ ରାଜସ୍ଥାନ ଟୁରିଷ୍ଟ ଗାଇଡ୍। ମିଳିଥିବା ସୂଚନା ଅନୁସାରେ, ଟୁରିଷ୍ଟ୍ ଗାଇଡ୍ ଭୁଜପାଲ୍ ସିଂହ ତାଙ୍କ ଶଳା ବିବାହରେ ଏହି ଫ୍ରାନ୍ସ ଦମ୍ପତିଙ୍କୁ ନିମନ୍ତ୍ରଣ କରିଥିଲେ। ଦମ୍ପତି ବିବାହରେ ଉପସ୍ଥିତ ହେବାର ଦୁଇ ଦିନ ପରେ ନିଜେ ବିବାହ କରିବାର ନିଷ୍ପତ୍ତି ନେଲେ...ତେବେ ଭାରତୀୟ ସଂସ୍କୃତି ବିଦେଶୀଙ୍କୁ ଏତେ ପସନ୍ଦ ଆସିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା।
(ବ୍ୟୁରୋ ରିପୋର୍ଟ, ଓଟିଭି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)