Fraud Allegation Against Youtuber Namra Qadir
ସୁନ୍ଦର ଚେହେରା, ହେଲେ କାରନାମା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଧନୀକ ଶ୍ରେଣୀର ଲୋକଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଉ ଥିଲେ, ଶେଷରେ ହନିଟ୍ରାପ୍ କରି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ମହିଳା ୟୁଟ୍ୟୁବର ନାମରା କାଦିର୍। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏହିସବୁ କାମରେ ତାଙ୍କ ସ୍ୱାମୀ ତାଙ୍କୁ ସାହାଯ୍ୟ କରୁଥିଲେ।କଥାରେ ଅଛି, ଚୋର ଘର ସବୁବେଳେ ଅନ୍ଧାର ରୁହେ ନାହିଁ। ଦିନେ ନା ଦିନେ ସତ ପଦାକୁ ଆସିଥାଏ। ଆଉ ଏଭଳି କିଛି ଘଟିଛି ୟୁଟ୍ୟୁବର ନାମରା କାଦିର୍ (Youtuber Namra Qadir)ଙ୍କ ସହ। ବ୍ୟବସାୟୀଙ୍କୁ ହନିଟ୍ରାପ୍ରେ ଫସାଇ ତାଙ୍କ ଠାରୁ ୮୦ ଲକ୍ଷ ଟଙ୍କା ଆଦାୟ କରିବା ଅଭିଯୋଗରେ ପୋଲିସ୍ ନାମରାଙ୍କୁ ଗିରଫ କରିଛି। ତାଙ୍କ ସ୍ୱାମୀ ବିରାଟ ବାନିୱାଲ୍ଙ୍କୁ ଧରିବା ଲାଗି ପୋଲିସ୍ ଛାନ୍ଭିନ୍ ଚଳାଇଛି।
ଅଧିକ ପଢ଼ନ୍ତୁ: ହନିଟ୍ରାପ୍ରେ ପୁଣି ଜଣେ ଭାରତୀୟ ଯବାନ
କେମିତି ବ୍ୟବସାୟୀଙ୍କୁ ଫସାଇଥିଲେ ନାମରା ?
ସୋସିଆଲ୍ ମିଡିଆ ରେ ନାମରା କାଦିର୍ ବେଶ୍ ଜଣାଶୁଣା। ତାଙ୍କର Youtubeରେ ୬ ଲକ୍ଷରୁ ଅଧିକ ଫଲୋର୍ସ ଥିବାବେଳେ ଇନ୍ଷ୍ଟାଗ୍ରାମ ରେ ୨ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି। ହେଲେ ତାଙ୍କର ଅସଲ ଚେହେରା ସାମ୍ନାକୁ ଆସିବା ପରେ ତାଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇଛି। ଗୁରୁଗ୍ରାମ ସେକ୍ଟର-୫୦ ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀ ନଭେମ୍ବର ୨୪ରେ ନାମରାଙ୍କ ବିରୋଧରେ ଠକେଇ ଅଭିଯୋଗ କରିଥିଲେ।
Youtuber Namra Qadirପୋଲିସ୍କୁ ବ୍ୟବସାୟୀ ଜଣକ ଦେଇଥିବା ସୂଚନା ଅନୁସାରେ, ନାମରା ତାଙ୍କ ଠାରୁ ୮୦ ଲକ୍ଷ ଟଙ୍କା ନେଇଛନ୍ତି। ଏଥିରେ ତାଙ୍କ ସ୍ୱାମୀ ବିରାଟ ବାନିୱାଲ୍ ମଧ୍ୟ ସାମିଲ ଅଛନ୍ତି। ଉଭୟ ତାଙ୍କ ବିରୋଧରେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣି ଧମକଚମକ ଦେଇ ଟଙ୍କା ହଡ଼ପ କରିଛନ୍ତି। ବ୍ୟବସାୟୀ ଜଣକ କହିଛନ୍ତି ଯେ, ‘କାମ ନେଇ ନାମରା କାଦିର୍ ନାମକ ଜଣେ ଯୁବତୀଙ୍କ ସହ ସୋହନା ରୋଡ୍ ସ୍ଥିତ ଏକ ହୋଟେଲ୍ରେ ଦେଖାସାକ୍ଷାତ ହୋଇଥିଲା। ସେ ଜଣେ ୟୁଟ୍ୟୁବର। ପୂର୍ବରୁ ତାଙ୍କ ଭିଡିଓ ସବୁ ମୁଁ ଦେଖିଥିଲି। ଏହାପରେ ନାମରା, ବିରାଟ ବାନିୱାଲ୍ଙ୍କ ସହ ମୋର ପରିଚୟ କରାଇଥିଲେ। ସେ ବି ଜଣେ ୟୁଟ୍ୟୁବର। କାମ ନେଇ ସେମାନେ ମୋ ଠାରୁ ୨ ଲକ୍ଷ ଟଙ୍କାର ଆଡଭାନ୍ସ ମାଗିଥିଲେ। ଯେହେତୁ ନାମରାଙ୍କ ନାଁ ମୁଁ ପୂର୍ବରୁ ଜାଣିଥିଲି ତେଣୁ ମୁଁ ଏହି ଟଙ୍କା ତାଙ୍କୁ ଦେଇଥିଲି। ଏହାପରେ ପୁଣି ୫୦ ହଜାର ଟଙ୍କା ଦେଇଥିଲି। ହେଲେ ସେ ମୋର କାମ କରିନଥିଲେ।
(Youtuber Namra Qadir)କ’ଣ ପାଇଁ କାମ ହୋଇନାହିଁ ପଚାରିବାରୁ ଉତ୍ତରରେ ନାମରା କହିଥିଲେ, କାମ କେବଳ ବାହାନା ଥିଲା। ସେ ମୋତେ ପସନ୍ଦ କରନ୍ତି ଓ ବିବାହ କରିବାକୁ ଚାହାନ୍ତି ବୋଲି ନାମରା କହିଥିଲେ। ଏହାପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ଦିନେ ପାର୍ଟି ସାରି ନାମରା, ତାଙ୍କ ସ୍ୱାମୀ ବିରାଟ ଓ ସମ୍ପୃକ୍ତ ବ୍ୟବସାୟୀ ପବ୍ରୁ ଫେରି ହୋଟେଲ୍ରେ ରହିଥିଲେ। ହେଲେ ଏହା ପରଦିନ ନାମରାଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା। ସେ ବ୍ୟବସାୟୀଙ୍କୁ କାର୍ଡ ଓ ଆଇ-ୱାଚ୍ ମାଗିଥିଲେ। ଏହାସହ ବ୍ଲାକ୍ମେଲିଂ ମଧ୍ୟ କରିଥିଲେ। ଏସବୁ ନଦେଲେ ଦୁଷ୍କର୍ମ ଅଭିଯୋଗ ତାଙ୍କ ବିରୋଧରେ ଆଣିବେ ବୋଲି ଧମକ ଦେଇ କହିଥିଲେ। ଏପରିକି ମାରଣାସ୍ତ୍ର ଦେଖାଇ ନାମରାଙ୍କ ସ୍ୱାମୀ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ। ଏହି ଘଟଣା ପରେ ଉକ୍ତ ବ୍ୟବସାୟୀ ସେମାନଙ୍କ କଥା ମାନି ପ୍ରାୟ ୮୦ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି। ଏସବୁର ପ୍ରମାଣ ମଧ୍ୟ ତାଙ୍କ ପାଖରେ ଥିବା ସେ କହିଛନ୍ତି।
(Youtuber Namra Qadir)ପରିବାର ଲୋକଙ୍କ କହିବା ପରେ ବ୍ୟବସାୟୀ ଜଣକ ୟୁଟ୍ୟୁବର ନାମରାଙ୍କ ବିରୋଧରେ ପୋଲିସ୍ରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍ ତାଙ୍କୁ ଗିରଫ କରି ୪ ଦିନ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି। ତାଙ୍କ ସ୍ୱାମୀ ବିରାଟ ବାନିୱାଲ୍ଙ୍କୁ ଧରିବା ଲାଗି ପୋଲିସ୍ ଛାନ୍ଭିନ୍ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1670398538.jpg)