• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୋଟରେ ବିସ୍ଫୋରଣ; ୪ ମୃତ । ବିହାରର ରାଜଧାନୀ ପାଟନାରେ ବଡ଼ ଧରଣର ଅଘଟଣ ଘଟିଛି । ଶନିବାର ଅପରାହ୍ନରେ ଗଙ୍ଗା ନଦୀରେ ଏକ ଡଙ୍ଗାରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଡଙ୍ଗାରେ ପ୍ରାୟ ୨୦ ଜଣ ଲୋକ ଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ-ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବେଆଇନ ବାଲି ଚାଲାଣ ବେଳେ ଏହି ବିସ୍ଫୋରଣ ଘଟିଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡଙ୍ଗା ମାଧ୍ୟମରେ ବାଲି ଚାଲାଣ କରାଯାଉଥିଲା। ଆଉ ଡଙ୍ଗାରେ ଥିବା ଲୋକଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିଲା । ହେଲେ ହଠାତ୍ ଗ୍ୟାସ୍ ଲିକ୍ ହେତୁ ସିଲିଣ୍ଡର ବିସ୍ଫୋରଣ ଘଟି ଚାରିଜଣ ନଦୀର ମଧ୍ୟଭାଗରେ ଜୀବନ୍ତ ଜଳିଯାଇଛନ୍ତି ।

ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ପୋଲିସ୍‌ । ଏହି ଅଘଟଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଥାନା ଅଧିକାରୀ । ଏଥିରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।