• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆହତ ହୋଇଛନ୍ତି । କେସିଆର୍ ଏରାବଲି ଫାର୍ମହାଉସ୍‌ରେ ଥିବାବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା । ଏଥିରେ ସେ ଆହତ ହୋଇଥିଲେ ।

ଗତକାଲି ରାତିରେ କେସିଆର୍‌ଙ୍କୁ ସୋମାଜିଗୁଡାର ଯଶୋଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ସେପଟେ ଖୁବଶୀଘ୍ର ବିଆର୍‌ଏସ୍‌ ମୁଖ୍ୟ ସୁସ୍ଥ ହୋଇଯିବେ ବୋଲି କେସିଆର୍‌ଙ୍କ ଝିଅ କେ. କବିତା Xରେ ସୂଚନା ଦେଇଛନ୍ତି ।

କେସିଆର୍‌ ସାମାନ୍ୟ ଆହତ ହୋଇଛନ୍ତି । ଏକ ବିଶେଷଜ୍ଞ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି କବିତା ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, କେସିଆର୍‌ଙ୍କ ଆଶୁ ଆରୋଗ୍ୟ କାମନା କକରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି । 

OTV is now on Whatsapp

Join and get latest news update delivered to you via whatsapp

Join Now