Plane Crash
ଗୁଜରାଟ ଅହମ୍ମଦବାଦ ନିକଟରେ ଏକ ଏୟାର ଇଣ୍ଡିଆନ ବିମାନ କ୍ରାସ୍ ହୋଇଯାଇଛି । ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା କୁହାଯାଉଛି । ହେଲେ ତାଙ୍କର ଅବସ୍ଥା ନେଇ କିଛି ସ୍ପଷ୍ଟ ହୋଇପାରିନି । ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ଏଥିରେ ମୋଟ ୨୪୨ ଜଣ ଯାତ୍ରୀ ଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏୟାରପୋର୍ଟରୁ ଟେକ୍-ଅଫ୍ କରିବାର ୫ ମିନିଟ୍ ପରେ ଏହା କ୍ରାସ୍ ହୋଇଯାଇଥିଲା ।
ଯାହା ସୂଚନା ମିଳୁଛି, ବିଜୟ ରୂପାନୀ ଲଣ୍ଡନରେ ରହୁଥିବା ନିଜ ଝିଅକୁ ଦେଖା କରିବାକୁ ଯାଉଥିଲେ । ରୂପାନୀଙ୍କ ସମେତ କ୍ରୁ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୬ରୁ ୨୦୨୧ ସେପ୍ଟେମ୍ବର ଯାଏଁ ବିଜୟ ରୂପାନୀ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749721754.jpg)