Advertisment

8th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ

୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପକୃତ ହେବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ।

ଅଦ୍ୟତନ ହୋଇଛି
8th Pay Commission

8th Pay Commission

Advertisment

ଖୁସି ଖବର। ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପକୃତ ହେବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ । ଏନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସମସ୍ତ ରାଜ୍ୟ ସରକାର ଓ PSU ସହ ଆଲୋଚନା ପରେ ମଞ୍ଜୁରୀ ମଳିଛି। 

Advertisment

ଏହି କମିଶନ ୨୦୨୬ ସୁଦ୍ଧା ଗଠନ ହେବ । କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ କରାଯିବ । ବର୍ତ୍ତମାନ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀ ବେତନ ପାଉଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସକୁ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୬ ଜାନୁଆରୀରେ ଲାଗୁ କରିଥିଲେ । ଏହା ୨୦୨୫ ଡିସେମ୍ବର ୩୧ରେ ଶେଷ ହେବ । ପୂର୍ବରୁ ମଧ୍ୟ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ କମିଶନର ସୁପାରିସ ୧୦ ବର୍ଷ ଲେଖାଏଁ ଲାଗୁ ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ଭାରତୀୟ ରେଳ ଇତିହାସର ମୂକସାକ୍ଷୀ ହାଓଡ଼ା-କାଲକା ମେଲ୍

ଏଥିପାଇଁ କ୍ୟାବିନେଟ୍ ସଚିବଙ୍କୁ ଭେଟି ଅଷ୍ଟମ ସେଣ୍ଟ୍ରାଲ ପେ’ କମିଶନ ଗଠନ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ସଂଗଠନ ଗୁଡ଼ିକ ଦାବି କରିଥିଲେ ଏବଂ ଏହି ସଂଗଠନଗୁଡ଼ିକ ଅଷ୍ଟମ ସେଣ୍ଟ୍ରାଲ ପେ’ କମିଶନ ଗଠନ ପାଇଁ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ। 

ଗତ ବର୍ଷକ ମଧ୍ୟରେ ଅନେକ ଥର କର୍ମଚାରୀ ସଂଗଠନ କେନ୍ଦ୍ର ସରକାରଙ୍କ ନିକଟରେ ଏ ନେଇ ଦାବି କରିଆସୁଥିଲେ। ଗତ ବଜେଟ୍ ପରେ ଅର୍ଥ ସଚିବ ଟିଭି ସୋମନାଥନଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଯେ ଏହି କାମ ପାଇଁ ଆମ ପାଖରେ ଏବେ ବି ଯଥେଷ୍ଟ ସମୟ ଅଛି। 

Advertisment

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପାର୍କିଂ ଯାଗା ନଥିଲେ କିଣି ପାରିବେନି କାର୍

Narendra Modi Cabinet Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ