• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ମନମାନୀ ଆରମ୍ଭ କଲା ଚୀନ୍‌ । ଅରୁଣାଚଳ ପ୍ରଦେଶ ଉପରେ ଚୀନ ସର୍ବଦା ନିଜର ଦବଦବା ଜାହିର କରିବା ପାଇଁ ଫନ୍ଦିଫିକର କରିବାରେ ବ୍ୟସ୍ତ । ଆଉ ଏବେ ପୁଣି ଏପରି କିଛି ଧୃଷ୍ଟତା କରିଛି । ଅରୁଣାଚଳ ପ୍ରଦେଶର ୧୧ଟି ଅଂଚଳର ନୂଆ ନାମକରଣ କରିଛି । ସେହି ଅଂଚଳ ଗୁଡିକୁ ଦକ୍ଷିଣ ତିବ୍ବତ ବୋଲି ଚୀନ ପକ୍ଷରୁ ଦାବି କରାଯାଉଛି । ଚୀନ କ୍ୟାବିନେଟ ପକ୍ଷରୁ ୧୧ଟି ଅଂଚଳକୁ ନୂଆ ନାମକରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ଏବେ ମଂଜୁରୀ ମିଳିଛି। ତାଲିକାରେ ଭାରତର ଦୁଇଟି ଜମି, ଦୁଇଟି ବାସସ୍ଥାନ, ୫ଟି ପର୍ବତ ଶୃଙ୍ଖ ଓ ଦୁଇଟି ନଦୀ ରହିଛି।

ଚୀନ ପ୍ରଥମଥର ପାଇଁ ଏଭଳି ବଦମାସୀ କରୁନାହିଁ । ଚୀନ ପ୍ରଥମଥର ପାଇଁ ନୁହେଁ, ପୂର୍ବରୁ ମଧ୍ୟ ଦୁଇଥର ଭାରତର କିଛି ଅଂଚଳକୁ ନିଜର ଦର୍ଶାଇବାକୁ ଚେଷ୍ଟା କରିଥିଲା । ତେବେ ଚୀନର ଏଭଳି ପ୍ରୟାସକୁ ତୀବ୍ର ବିରୋଧ କରିଛି ଭାରତ । ଅରୁଣାଚଳପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଂଗ, ଆଗାମୀ ଦିନରେ ମଧ୍ୟ ଭାରତ ସହ ରହିବ । କେବଳ ନାମକରଣ କରିଦେଲେ ସ୍ଥିତି ବଦଳିଯିବ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ।

୨୦୧୭ରେ ୬ଟି ଓ ୨୦୨୧ରେ ୧୫ଟି ଅରୁଣାଚଳ ପ୍ରଦେଶର ସ୍ଥାନକୁ ଜୋର ଜବରଦସ୍ତ ନୂଆ ନାଁ ଦେଇଥିଲା । ଏହାକୁ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ...

ଅରୁଣାଚଳପ୍ରଦେଶକୁ ନେଇ ଚୀନ୍‌ ସହ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଚୀନ୍ ଅରୁଣାଚଳ ପ୍ରଦେଶରେ ପ୍ରାୟ ୯୦ ହଜାର ବର୍ଗ କିଲୋମିଟର ଜମିକୁ ନିଜର ବୋଲି ଦାବି କରୁଛି । ଏ ନେଇ ଭାରତ ପକ୍ଷରୁ ବାରମ୍ବାର ସ୍ପଷ୍ଟ କରାଯାଇଛି, ଅରୁଣାଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଏସବୁ ସତ୍ତ୍ୱେ ଚୀନ୍ ନିଜର ବାଚାଳାମୀରୁ ନିବୃତ୍ତ ହେଉନାହିଁ ।