Advertisment

ସୋନାଲି ଫୋଗଟ୍ ମୃତ୍ୟୁ ମାମଲା: CBI ତଦନ୍ତ ପାଇଁ ଦାବି ରଖିବେ ହରିୟାଣା ସରକାର

ସୋନାଲି ଫୋଗଟ୍‌ଙ୍କୁ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ଦିଆଯାଇଥିଲା ବୋଲି ଖୁଲାସା କରିଛି ଗୋଆ ପୋଲିସ।

ଅଦ୍ୟତନ ହୋଇଛି
Sonali Phogat

Sonali Phogat

Advertisment

ହରିୟାଣାର ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର୍ ସୋନାଲି ଫୋଗଟ୍ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ରଖିବେ ହରିୟାଣା ସରକାର। ଏନେଇ ଗୋଆ ସରକାରକୁ ଚିଠି ଲେଖାଯିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୋନାଲି ଫୋଗଟଙ୍କ ପରିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟି ଏସଂପର୍କରେ ଦାବି କରିଥିଲେ। ମାମଲାର ସିବିଆଇ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଖଟ୍ଟର ପ୍ରତିଶ୍ରୁତି ଦେଇଥିବା ସୋନାଲିଙ୍କ ଭଉଣୀ ରୂପେଶ କହିଛନ୍ତି।

Advertisment

ତେଣେ ଏହି ମାମଲା ଉପରୁ ହଟୁଛି ଗୋଟିକ ପରେ ଗୋଟିଏ ପରଦା। ସୋନାଲି ଫୋଗଟ୍‌ଙ୍କୁ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ଦିଆଯାଇଥିଲା ବୋଲି ଖୁଲାସା କରିଛି ଗୋଆ ପୋଲିସ। ଗୋଆ ଅଞ୍ଜୁନା ଥାନା ପୋଲିସ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ କରିବା ସହିତ କର୍ଲିଜ୍ କ୍ଲବ୍ ମାଲିକ ଏଡ୍ଓ୍ୱିନ୍ ଏବଂ ସୋନାଲି ରହୁଥିବା ହୋଟେଲ୍ ଗ୍ରାଣ୍ଡ୍ ଲିଓନି ରିସୋର୍ଟର ରୁମ୍ ବୟ ଦତ୍ତପ୍ରସାଦ ଗାକରକୁ ଗିରଫ କରିଛି।

ଦତ୍ତପ୍ରସାଦ ହିଁ ଡ୍ରଗ୍ସ ଯୋଗାଇଥିଲା ବୋଲି ପୋଲିସ କହିଛି। ଏଥିସହ ମାମଲାରେ ମୋଟ୍ ଗିରଫଦାରି ସଂଖ୍ୟା ୫କୁ ବଢ଼ିଛି। ତେଣେ ସୋନାଲିଙ୍କ ସହଯୋଗୀ ତଥା ମୁଖ୍ୟ ଅଭିଯୁକ୍ତ ସୁଧୀର ସାଙ୍ଗଓ୍ୱାନ୍‌ଙ୍କ ସୂଚନା ଆଧାରରେ କର୍ଲିଜ୍ କ୍ଲବ ଓ୍ୱାଶରୁମ୍‌ରୁ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ଜବତ ହୋଇଛି। ଏଭିତରେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋନାଲିଙ୍କର ଏକାଧିକ ଭିଡିଓ ଭାଇରାଲ୍ ହେଉଛି। ଏସବୁ ସେହି କର୍ଲିଜ୍ କ୍ଲବ୍‌ର ବୋଲି କୁହାଯାଉଛି।

Advertisment
Sonali Phogat Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ