Advertisment

Zomato, Swiggy ଆପ୍‌ ଡାଉନ୍‌; ଚିନ୍ତାରେ ପଡ଼ିଗଲେ ୟୁଜର୍ସ

ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ(Zomato) ଓ ସ୍ୱିଗି(Swiggy) ଡାଉନ୍‌। ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
Food Ordering Apps Zomato, Swiggy Down For Sometimes

Food Ordering Apps Zomato, Swiggy Down For Sometimes

ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ(Zomato) ଓ ସ୍ୱିଗି(Swiggy) ଡାଉନ୍‌। ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଦେଶର ଅଧିକାଂଶ ସ୍ଥାନରେ ଆଜି ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ତେବେ ଅଧ ଘଣ୍ଟା ପରେ ସମସ୍ୟାର ସମାଧାନ ହୋଇଯାଇଥିଲା। 

Advertisment

ଏକାସଙ୍ଗେ ଏହି ୨ଟି ଯାକ ଫୁଡ୍‌ ଡେଲିଭରି ଆପ୍‌ ଡାଉନ୍‌ ହେବା ଯୋଗୁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରୁଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନା ଫୁଡ୍‌ ଅର୍ଡର କରିପାରୁ ଥିଲେ ନା browse ମେନ୍ୟୁ କରିପାରୁଥିଲେ। ଏନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ଅଭିଯୋଗ ଉପରେ ଅଭିଯୋଗ କରିବାରେ ଲାଗିଥିଲେ।

ଟେକ୍ନିକାଲ୍‌ ତ୍ରୁଟି ଯୋଗୁ ଜୋମାଟୋ ଓ ସ୍ୱିଗି ଆପ୍‌ ଡାଉନ୍‌ ହୋଇଯାଇଥିଲା ବୋଲି ଜଣାପଡ଼ିଛି। ଆମାଜନ୍‌ ୱେବ୍‌ ସର୍ଭିସ୍‌ କ୍ରାଶ୍‌ ଯୋଗୁ ଏଭଳି ଘଟିଥିବା ସୂଚନା ମିଳିଛି। ଉଭୟ କମ୍ପାନୀର ସପୋର୍ଟ ହ୍ୟାଣ୍ଡେଲସ୍‌ ଟେକ୍ନିକାଲ୍‌ ତ୍ରୁଟିର ସମାଧାନ କରୁଥିବା ନେଇ ସୂଚନା ଦେଇଛନ୍ତି।

Advertisment
Zomato Swiggy Food Ordering App
Advertisment
Advertisment