• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସାମରେ ପୁଣି ବନ୍ୟା ସ୍ଥିତି ଉପୁଜିଛି । ଅବିଶ୍ରାନ୍ତ ବର୍ଷା ଯୋଗୁ ଆସାମ ଗୌହାଟି ସହ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇ ଜଳବନ୍ଦୀ ଅବସ୍ଥା ଦେଖାଦେଇଛି । ବୋରାଗାର କିଛି ସ୍ଥାନରେ ଭୂସ୍ଖଳନ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଢେମାଜି, ଦିବ୍ରୁଗଡ, ନାଲବରି, ଦକ୍ଷିଣ ସାଲମାର ଭଳି ୭ ଟି ଜିଲ୍ଲାର ପ୍ରାୟ ୮ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି ।

ଲଗାତାର ବର୍ଷା କାରଣରୁ ରାଜ୍ୟରେ କିଛି କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଗାଡି ଫସି ରହିଥିବା ଦେଖିବାକୁ ମିଳିଛି । ଆଉ କିଛି କିଛି ସ୍ଥାନରେ ରାସ୍ତାରେ ୩ ଫୁଟ ଉଚ୍ଚରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଥିବାରୁ ବହୁ ସଂଖ୍ୟାରେ ଲୋକେ ଫସି ରହିଛନ୍ତି । 

ପାହାଡ଼ ତଳ ଅଞ୍ଚଳରେ ରାସ୍ତା ଧୋଇ ହୋଇ ଯିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ବୋରାଗା ନିକଟରେ ଅନେକ ଘର ବ୍ରହ୍ମପୁତ୍ର ନଦୀରେ ଧୋଇ ହୋଇଯାଇଛି । ନଦୀର ଜଳସ୍ତର ବଢ଼ୁଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଗତ ୬ ସପ୍ତାହରେ ଆସାମରେ ଦ୍ୱିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ଉପୁଜିଛି ।