/odishatv-khabar/media/post_attachments/uploadimage/library/16_9/16_9_0/s_1660186499.jpg)
Flight tickets to get expensive
ସେପ୍ଟେମ୍ବରରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା। କାରଣ ଅଗଷ୍ଟ ୩୧ ପରେ ବିମାନ ଯାତ୍ରା ଦର ଏୟାରଲାଇନ୍ସ କମ୍ପାନୀ ନିର୍ଦ୍ଧାରଣ କରିବେ। ତେଣୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟ୍କା ଲାଗିପାରେ। କରୋନା ମହାମାରୀ ପାଇଁ ୨୦୨୦ ମସିହା ମେ’ ମାସରେ ସରକାର ବିମାନ ଯାତ୍ରା ଦର ସୀମା ସ୍ଥିର କରିଥିଲେ। ୨ ବର୍ଷରୁ ଅଧିକ ସମୟ ହେଲା ଏହା ଜାରି ରହିଥିଲା।
ବର୍ତ୍ତମାନ ସ୍ଥିତିରେ ବିମାନ ଇନ୍ଧନ ଦର ବୃଦ୍ଧି ଏବଂ ବିମାନ ଯାତ୍ରୀ ସଂଖ୍ୟାରେ ବୃଦ୍ଧି କାରଣରୁ ସ୍ଥିର କରାଯାଇଥିବା ସୀମା ପ୍ରତ୍ୟାହାର ନେଇ ନିଷ୍ପତ୍ତି ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ବର୍ତ୍ତମାନ ଏୟାରଲାଇନ୍ସ ସେକ୍ଟରରେ ସ୍ଥାୟିତ୍ୱ ଫେରିଛି।
ଅଗଷ୍ଟ ୩୧ରେ ଏୟାର ଫେୟାର ବ୍ୟାଣ୍ଡ୍ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ସେପ୍ଟେମ୍ବରରୁ ଘରୋଇ ବିମାନ କମ୍ପାନୀ ସେମାନଙ୍କ ଦର ସ୍ଥିର କରିପାରିବେ। ଋଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଏବଂ ବିମାନ ଇନ୍ଧନ ଦରରେ ରେକର୍ଡ ବୃଦ୍ଧି ହୋଇଥିଲା। ଫଳରେ ବିମାନ କମ୍ପାନୀଙ୍କ ଉପରେ ଆର୍ଥିକ ବୋଝ ବଢ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)