Advertisment

Skyrocketing Airfares: ବିମାନ ଟିକେଟ୍ ଦରରେ ନିଆଁ; ମାସକରେ ବଢ଼ିଲାଣି ୩ ଗୁଣା ମୂଲ୍ୟ...

ସାଧାରଣ ଲୋକଙ୍କ ଉଡ଼ାଣ ସ୍ବପ୍ନ ଧୂଳିସାତ୍ ! ସାଧାରଣ ଲୋକଙ୍କ ଆକାଶରେ ଉଡ଼ିବା ସ୍ବପ୍ନ ପୂରଣ ପାଇଁ ୨୦୧୬ ଅକ୍ଟୋବରରେ ମୋଦି ସରକାର ଆରମ୍ଭ କରିଥିଲେ ଉଡେ ଦେଶ କା ଆମ୍ ନାଗରିକ୍ ସ୍କିମ୍ ବା ଉଡାନ୍। ହେଲେ ଉଡାନ୍ ସ୍କିମ୍ ଏବେ ସତେ ଯେମିତି ଭେଳିକି।

ଅଦ୍ୟତନ ହୋଇଛି
undefined

Skyrocketing Airfares

Advertisment

ହଠାତ୍ ବିମାନ ଟିକେଟ୍ ଦରରେ ନିଆଁ। ବଡ଼ଦିନ ଛୁଟିରେ ଆକାଶରେ ଉଡ଼ି ବିଭିନ୍ନ ସ୍ଥାନକୁ ବୁଲି ଯିବାକୁ ଯୋଜନା କରିଥିବା ଯାତ୍ରୀ, ଟିକେଟ୍ ଦର ଦେଖି ଛାନିଆ। ମାସକରେ ୩ ଗୁଣା ବଢ଼ିଲାଣି ଟିକେଟ୍ ମୂଲ୍ୟ। ବିମାନ ସେବା କଂପାନିଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଯାତ୍ରୀ ଅଭିଯୋଗ କରିଥିବା ବେଳେ DGCA ଏ ଦିଗରେ ପଦକ୍ଷେପ ନେବାକୁ ଦାବି ଉଠିଲାଣି।

Advertisment

ବେଲଗାମ୍ ବିମାନ ଟିକେଟ୍ ଦର ! ମାସକରେ ୩ ଗୁଣା ବୃଦ୍ଧି। ସାଧାରଣ ଲୋକଙ୍କ ଉଡ଼ାଣ ସ୍ବପ୍ନ ଧୂଳିସାତ୍ ! ସାଧାରଣ ଲୋକଙ୍କ ଆକାଶରେ ଉଡ଼ିବା ସ୍ବପ୍ନ ପୂରଣ ପାଇଁ ୨୦୧୬ ଅକ୍ଟୋବରରେ ମୋଦି ସରକାର ଆରମ୍ଭ କରିଥିଲେ ଉଡେ ଦେଶ କା ଆମ୍ ନାଗରିକ୍ ସ୍କିମ୍ ବା ଉଡାନ୍। ହେଲେ ଉଡାନ୍ ସ୍କିମ୍ ଏବେ ସତେ ଯେମିତି ଭେଳିକି। ମାସକ ତଳେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଓ ବେଙ୍ଗଳୁରୁକୁ ବିମାନ ଟିକେଟ୍ ମୂଲ୍ୟ ଥିଲା ପାଖାପାଖି ୬ ହଜାର ଟଙ୍କା। ହେଲେ ଏବେ ଗଣିବାକୁ ପଡ଼ୁଛି ୧୧ ହଜାରରୁ ୨୩ ହଜାର ଟଙ୍କା। ଏମିତିକି ୧୫ ଦିନ ପୂର୍ବରୁ ଟିକେଟ୍ କାଟିଲେ ବି ଆଶ୍ବସ୍ତି ମିଳୁନି। ଯାହାକୁ ନେଇ ବିମାନ ଯାତ୍ରୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ। ସେମାନଙ୍କ ଅଭିଯୋଗ, ପର୍ଯ୍ୟଟନ ଋତୁରେ ବିମାନ ସେବା କଂପାନିଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ଉପୁଜିଛି ଏଭଳି ସ୍ଥିତି। ମଧ୍ୟବିତ୍ତ ବର୍ଗଙ୍କୁ ଏହା ଢେର୍ ବାଧୁଛି। ପିଲାଛୁଆ ନେଇ ବିମାନରେ ଗୋଟିଏ ଥର ଯିବା ଆସିବା କଲେ ମାସକ ଦରମା ବି ନିଅଣ୍ଟ ପଡ଼ୁଛି। 

ଅଧିକ ପଢ଼ନ୍ତୁ: ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା, ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଯାତ୍ରୀଙ୍କ ଡିମାଣ୍ଡ-ସପ୍ଲାଏ ଉପରେ ହିଁ ବିମାନ ଭଡ଼ା ନିର୍ଭର କରିଥାଏ। ଅକ୍ଟୋବରରୁ ପର୍ଯ୍ୟଟନ ଋତୁ ଆରମ୍ଭ ପରେ ଏହି ସମୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ିଥାଏ। ୨୦୨୩ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଅକ୍ଟୋବରରେ ଭୁବନେଶ୍ବରରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୮ ପ୍ରତିଶତ ବଢ଼ିଛି। ଜାନୁଆରୀରୁ ଭୁବନେଶ୍ବରରୁ ଆଉ ୫ଟି ନୂଆ ସ୍ଥାନକୁ ଆକାଶ ପଥରେ ଯୋଡ଼ା ଯାଉଥିବାରୁ ବିମାନ ଯାତ୍ରୀଙ୍କ ସଂଖ୍ୟା ଆହୁରି ବଢ଼ିବ।

Advertisment

ଏପଟେ ଟୁର ଆଣ୍ଡ ଟ୍ରାଭେଲ ଅପରେଟରଙ୍କ କହିବା କଥା, ବିମାନ ଭଡ଼ା ସବୁବେଳେ ଫ୍ଲେକ୍ସି ବା ଅସ୍ଥିର। କିନ୍ତୁ ଏବେ ଭୁବନେଶ୍ବରରୁ ଦିଲ୍ଲୀକୁ ବିମାନ ଟିକେଟ୍ ମୂଲ୍ୟ ଯେଉଁଭଳି ଉଚ୍ଚା ରହିଛି, ସେଥିରେ ଜଣେ ବିଦେଶ ବୁଲି ବି ଆସିପାରିବ। ବିମାନ ଟିକେଟର ଏଭଳି ଚଢ଼ା ଦରରେ ରୋକ୍ ଲଗାଇବା ପାଇଁ ଡିଜିସିଏ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଦାବି କରିଛନ୍ତି ଟ୍ରାଭେଲ ଅପରେଟର। ଏବେ ସମସ୍ତଙ୍କ ନଜର, ବିମାନ ଟିକେଟ୍ ମୂଲ୍ୟକୁ ଯୁକ୍ତିସଙ୍ଗତ କରି ସାଧାରଣ ନାଗରିକଙ୍କ ଆକାଶରେ ଉଡ଼ିବା ସ୍ବପ୍ନକୁ କିଭଳି ସାକାର କରୁଛି ଡିଜିସିଏ। 

ଅଧିକ ପଢ଼ନ୍ତୁ: ଆଶିଷଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ IPS ଡି.ଏସ୍‌ କୁଟ୍ଟେ

Flight Tickets Flight Tickets
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ