Israel-Iran War
'ଅପରେସନ୍ ସିନ୍ଧୁ'ରେ ଇରାନ୍ ଯୁଦ୍ଧଭୂଇଁରୁ ଫେରିଲେ ଭାରତୀୟ । ୨୯୦ ଜଣ ଭାରତୀୟଙ୍କ ସୁରକ୍ଷିତ ଭାବରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀ । ସେମାନଙ୍କୁ ଉଦ୍ଧାର କରି ମସାଦରୁ ଏକ ଚାର୍ଟର୍ ଫ୍ଲାଇଟରେ ଭାରତ ଫେରାଇ ଅଣାଯାଇଛି । ଏମାନଙ୍କ ମଧ୍ୟରେ ଜମ୍ମୁ କାଶ୍ମୀରରୁ ୧୯୦ ଜଣ ଅଛନ୍ତି ।
ଯୁଦ୍ଧତ୍ରସ୍ତ ଇରାନରୁ ଫେରି ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟମାନେ ବେଶ ଭାବବିହ୍ବଳ ହୋଇଯାଇଥିଲେ । ହିନ୍ଦୁସ୍ତାନ ଜିନ୍ଦାବାଦ ଓ ଭାରତ ମାତା କି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଏୟାରପୋର୍ଟ ପରିସର । ଆଖିରୁ ଝରି ଆସିଥିଲା ଯୁଦ୍ଧଭୂଇଁରୁ ଘର ବାହୁଡ଼ା ଖୁସିରେ ଲୁହ । କେହି କେହି ମାଟିକୁ ଛୁଇଁ ପ୍ରଣାମ ବି ହୋଇଥିଲେ ।
ଅଧିକ ପଢ଼ନ୍ତୁ: ଆଗକୁ ଭୀଷଣ ଯୁଦ୍ଧ, ଆମେରିକା ସହ କଥା ହେବାର ପ୍ରଶ୍ନ ଉଠୁନି
ଇରାନରେ ବର୍ତ୍ତମାନ ଯୁଦ୍ଧ ସ୍ଥିତି ସହ କେମିତି ସଂକଟ ଓ ଭୟରେ ଦିନ କାଟୁଥିଲେ ସେକଥା ବଖାଣିଛନ୍ତି । ଏଥିସହ କେନ୍ଦ୍ର ସରକାର ଓ ଇରାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି ।
ଭାରତର ଅପରେସନ୍ ସିନ୍ଧୁ ପାଇଁ ଆକାଶପଥ କଟକଣା ହଟାଇଛି ଇରାନ୍ । କେବଳ ଭାରତୀୟଙ୍କ ପାଇଁ ତାର ଆକାଶପଥ ଖୋଲିଛି । ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଇରାନ୍ ସ୍ବତନ୍ତ୍ର ଭାବେ ଏଭଳି ପଦକ୍ଷେପ ନେଇଛି ।
୩ଟି ଚାର୍ଟର ଫ୍ଲାଇଟରେ ପ୍ରାୟ ହଜାରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବ । ଇରାନ-ଇସ୍ରାଏଲ ଅସ୍ଥିରତା ମଧ୍ୟରେ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଭାରତ ଅପରେସନ୍ ସିନ୍ଧୁ ଆରମ୍ଭ କରିଛି । ଆଜି ଆଉ ଦୁଇଟି ବିମାନ ଆସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750476478.jpg)