census
ଦେଶରେ ଜନଗଣନା ପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି କସରତ। ଆଗାମୀ ଜନଗଣନା ପାଇଁ ପ୍ରଥମ ପର୍ଯ୍ୟାୟରେ ଘର ଗଣନା କାମ ୨୦୨୬ ଏପ୍ରିଲ ପହିଲାରୁ ଆରମ୍ଭ ହେବ। ଏ ନେଇ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ସେନସସ୍ କମିଶନର ଚିଠି ଲେଖିଛନ୍ତି। ଏଥିରେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ପ୍ରଶାସନିକ ୟୁନିଟ୍ ଗୁଡ଼ିକରେ ପ୍ରସ୍ତାବିତ ପରିବର୍ତ୍ତନ ପାଇଁ କୁହାଯାଇଛି।
ଅଧିକ ପଢ଼ନ୍ତୁ: ଆଜିଠୁ ଲାଗୁ ହୋଇଛି ନୂଆ ରେଳ ଭଡ଼ା ଦର
ଡିସେମ୍ବର ୩୧ ତାରିଖ ପୂର୍ବରୁ ପ୍ରଶାସନିକ ୟୁନିଟ୍ ଯଥା ଜିଲ୍ଲା, ଉପଖଣ୍ଡ, ତହସିଲ, ତାଲୁକ ଏବଂ ଥାନାର ସୀମା ପରିବର୍ତ୍ତନ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି। ଗଣନାରେ କେହି ବାଦ ନପଡିବା ବା ରିପିଟ ନହେବା ଲାଗି ନିର୍ଦ୍ଦେଶ ରହିଛି । ଏହା ପୂର୍ବରୁ ସୁପରଭାଇଜର ଏବଂ ଗଣନାକାରୀମାନଙ୍କୁ ନିଯୁକ୍ତ କରାଯିବ। ସେମାନଙ୍କ ମଧ୍ୟରେ କାମ ବଣ୍ଟନ କରାଯିବ। ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି କାର୍ଯ୍ୟ କରାଯିବ। ଏହାପରେ ୨୦୨୭ ଫେବ୍ରୁଆରୀ ୧ରେ ଜନ ଗଣନା କାର୍ଯ୍ୟ ଆରମ୍ଭ ହେବ।
ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ ଘର ଗଣନା କାର୍ଯ୍ୟ ହୋଇଥାଏ । ଏଥିରେ ଘରର ସ୍ଥିତି, ପରିବାରର ସମ୍ପତ୍ତି ଆଦି ତଥ୍ୟ ସଂଗ୍ରହ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ଜନଗଣନା କରାଯାଏ । ଲୋକସଂଖ୍ୟା ସହ ସାମାଜିକ ଓ ଅର୍ଥନୈତିକ ତଥ୍ୟ ସଂଗ୍ରହ କରାଯିବ । ଭାରତରେ ଏହା ଷୋଡ଼ଶ ଏବଂ ସ୍ବାଧୀନତା ପରେ ଅଷ୍ଟମ ଜନଗଣନା ହେବ । ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଏଥର ଜାତିଗତ ଜନଗଣନା ହେବ । ଦେଶରେ ଶେଷ ଥର ପାଇଁ ୨୦୧୧ରେ ଜନଗଣନା କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/census_1751355128.jpg)