Advertisment

First India-Made 28-90 Nanometer Chip: ମୋଦି ସରକାରଙ୍କୁ ମିଳିବ ବଡ଼ ସଫଳତା; ୨୦୨୫ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ...

ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ୨୦୨୫ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଛୋଟ ଚିପ୍ସର ବଡ଼ ଦୁନିଆରେ ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ, ଭାରତରେ ସେମିକଣ୍ଡକ୍ଟର ତିଆରି ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
First India-Made 28-90 Nanometer Chip

First India-Made 28-90 Nanometer Chip

Advertisment

ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍...ଇତିହାସ ରଚିବା ଲକ୍ଷ୍ୟରେ ଭାରତ। ମୋଦି ସରକାରଙ୍କୁ ମିଳିବ ବଡ଼ ସଫଳତା । ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ୨୦୨୫ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଛୋଟ ଚିପ୍ସର ବଡ଼ ଦୁନିଆରେ ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ, ଭାରତରେ ସେମିକଣ୍ଡକ୍ଟର ତିଆରି ଆରମ୍ଭ ହୋଇଛି। ଯଦି ସବୁକିଛି ଠିକ୍ ଠାକ୍ ହୁଏ, ତେବେ ଏହି ବର୍ଷ ସୁଦ୍ଧା ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ବଜାରରେ ଲଞ୍ଚ ହେବ। କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର କହିଛନ୍ତି ଯେ ଏହି ବର୍ଷ ପ୍ରଥମ 'ମେଡ୍ ଇନ୍ ଇଣ୍ଡିଆ' 28-90 nm ସେମିକଣ୍ଡକ୍ଟର ଚିପ୍ ବଜାରକୁ ଆସିବ।

Advertisment

ଦିଲ୍ଲୀରେ CII ବାର୍ଷିକ ବ୍ୟବସାୟ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଆମେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଲକ୍ଷ୍ୟ କରିଛୁ, ଯାହାର ବଜାର ଅଂଶ ୬୦ ପ୍ରତିଶତ। ଆଜି ଆମ ଦେଶରେ ଛଅଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣ କରାଯାଉଛି। ପ୍ରଥମ ମେଡ୍-ଇନ୍-ଇଣ୍ଡିଆ 28-90 nm ଚିପ୍ ଏହି ବର୍ଷ ବଜାରକୁ ଆସିବ"।

ଅଧିକ ପଢନ୍ତୁ : ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ହାଇ-ସିକ୍ୟୁରିଟି, ଚାରିପଟେ AK-47 ବନ୍ଧୁକ ଧରି ଦେଉଥିଲେ ସୁରକ୍ଷା

Advertisment

ସେମିକଣ୍ଡକ୍ଟର ନିର୍ମାଣରେ ଛୋଟ ନାନୋମିଟର (nm) ମାପ ଅଧିକ କମ୍ପାକ୍ଟ ଟ୍ରାଞ୍ଜିଷ୍ଟର ଡିଜାଇନ୍‌କୁ ବୁଝାଏ, ଯାହା ନିର୍ମାତାମାନଙ୍କୁ ଗୋଟିଏ ଚିପ୍ ଉପରେ ଅଧିକ ଟ୍ରାଞ୍ଜିଷ୍ଟର ଫିଟ୍ କରିବାକୁ ଅନୁମତି ଦିଏ। 28-90 nm ଚିପ୍ସ ଅଟୋମୋଟିଭ୍, ଟେଲିକମ୍, ପାୱାର ଓ ଟ୍ରେନରେ ବ୍ୟବହୃତ ହୁଏ। ଯଦି ଏଭଳି କ୍ଷେତ୍ରରେ ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ୨୦୨୫ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ତେବେ ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ ହେବ ।

ନିକଟରେ ମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତ ସକ୍ରିୟ ଭାବରେ ନିଜର ବୃହତ୍ ଭାଷା ମଡେଲ/ ଓନ ଲାର୍ଜ ଲାଙ୍ଗୁଏଜ ମଡେଲ (LLM) ଉପରେ କାର୍ଯ୍ୟ କରୁଛି, ଯାହା ଦେଶର ବିବିଧ ଭାଷାଗତ ଏବଂ ସାଂସ୍କୃତିକ ଦୃଶ୍ୟପଟକୁ ବିଶେଷ ଭାବରେ ପୂରଣ କରିବ। ଆଗାମୀ ୧୦ ମାସ ମଧ୍ୟରେ AI ମଡେଲ ପ୍ରସ୍ତୁତ ହେବାର ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। 

Advertisment

ନିକଟରେ ଓଡ଼ିଶାରେ ହୋଇଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ବୈଷ୍ଣବ କହିଥିଲେ "ଗତ ଦେଢ଼ ବର୍ଷ ଧରି, ଆମ ଟିମ୍ ଷ୍ଟାର୍ଟଅପ୍, ଗବେଷକ, ପ୍ରଫେସର ଇତ୍ୟାଦିଙ୍କ ସହିତ ପରାମର୍ଶ କରି କାର୍ଯ୍ୟ ଜାରି ରଖିଛି। ଆଜି, ଆମେ ଆମର ନିଜସ୍ୱ ଫାଉଣ୍ଡେସନାଲ ମଡେଲ ବିକଶିତ କରିବା ପାଇଁ ପ୍ରସ୍ତାବ ଆହ୍ଵାନ କରୁଛୁ। ଏହି ମଡେଲ ଭାରତୀୟ ଢାଞ୍ଚା, ଭାଷା ଏବଂ ସଂସ୍କୃତୀ ପ୍ରତି ଯତ୍ନଶୀଳ, ପକ୍ଷପାତ ମୁକ୍ତ ରହିବ।" 

Narendra Modi Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ