ଆସିଲା ୱାର୍ ରୁମ୍ ଫଟୋ
ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ୱାର ରୁମ୍ର ଚିତ୍ର । ତିନି ସେନା ମୁଖ୍ୟ କରୁଥିଲେ ଅପରେସନର ମନିଟରିଂ । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ଆତଙ୍କୀ ଠିକଣା ଧ୍ବଂସର କରୁଥିଲେ ମନିଟରିଂ । ୱାର୍ ରୁମ୍ରେ ସିଧା ସଳଖ ଲାଇଭ୍ ମନିରିଂ କରୁଥିଲେ ତିନି ସେନା ମୁଖ୍ୟ । ତେବେ ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ୱାର୍ ରୁମ୍ର ଚିତ୍ର ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ ପହଲଗାମ ନରସଂହାରକୁ ନେଇ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା । ଆତଙ୍କବାଦ ବିରୋଧରେ ଥିଲା ଅପରେସନ ସିନ୍ଦୂର ଏବଂ ଯାହା କି ଶତ ପ୍ରତିଶତ ସଫଳ ହୋଇଛି । ଏହି ଅପରେସନ୍ରେ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀଙ୍କ ୯ଟି କ୍ୟାମ୍ପକୁ ଭାରତ ଧ୍ୱଂସ କରିଥିଲା । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା । ଏହି ମୃତ ଆତଙ୍କୀଙ୍କ ମଧ୍ୟରେ କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍, ମୁଦାସିର ଅହମ୍ମଦ ରହିଛନ୍ତି । ଏମାନେ କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ । ସେହିପରି ଭାରତ ଅପରେସନ୍ ସିନ୍ଦୂରରେ ପାକିସ୍ତାନର ଏୟାରବେସ୍କୁ ମଧ୍ୟ ଧ୍ୱଂସ କରିଥିଲା । ପାକିସ୍ତାନର ଚକଲାଲା, ରାଫିକ୍, ରହିମ ୟାର୍ ଖାନ୍ ଏୟାରବେସ୍ ଧ୍ବଂସ ହୋଇଥିଲା । ଏହାପରେ ସର୍ଗୋଦା, ଭୁଲାରି, ଜାକୋବାବାଦ ବେସ୍ ନଷ୍ଟ କରିଥିଲା ଭାରତ ।
ଏଥିସହ ମେ ୭ରୁ ୧୦ ମଧ୍ୟରେ ଅପରେସନରେ ୩୫ରୁ ୪୦ ପାକ୍ ସେନା ନିହତ ହୋଇଥିବାର ସୂଚନା ଦେଇଥିଲେ DGMO ରାଜୀବ ଘାଇ । ସ୍ଥଳସେନା DGMO ଅସ୍ତ୍ରବିରତି ପ୍ରସଙ୍ଗରେ କହିଥିଲେ ଯେ, ପ୍ରଥମେ ପାକିସ୍ତାନୀ DGMO ତାଙ୍କୁ ଅସ୍ତ୍ରବିରତି ପାଇଁ ଫୋନ୍ କରିଥିଲେ । ୧୦ ତାରିଖ ୩ଟା ୩୫ ମିନିଟ୍ ସମୟରେ ଫୋନ୍ କରି ଅସ୍ତ୍ରବିରତି ପାଇଁ ତାଙ୍କ ପକ୍ଷରୁ ପ୍ରସ୍ତାବ ଦେଇଥିଲେ । ଏନେଇ ଆଲୋଚନା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲା। ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ୩ ସେନା ପ୍ରସ୍ତୁତ । ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ବଜାୟ ପାଇଁ ସବୁ କ୍ଷମତା ରହିଛି ବୋଲି DGMO କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748263889.jpg)