• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦିଲ୍ଲୀର ରୋହିଣୀ କୋର୍ଟ ପାଖରେ ଗୁଳିକାଣ୍ଡ । ଆଜି ସକାଳେ କୋର୍ଟ ଚାଲିଥିବାବେଳେ ରୋହିଣୀ କୋର୍ଟ ନିକଟରେ ଗୁଳିକାଣ୍ଡ ହୋଇଛି । ଏଥିରେ କାହାର କିଛି କ୍ଷତି ହେବାର ସୂଚନା ମିଳିନାହିଁ ।

ସୂଚନା ଅନୁସାରେ, କୋର୍ଟ ଗେଟ୍ ପାଖରେ ମୁତୟନ ଥିବା ପୋଲିସ କର୍ମଚାରୀ ଏକାଧିକ ବାର ଗୁଳି ଚଳାଇଛନ୍ତି । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଗୁଳି ଚଳାଇଲେ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଏନେଇ ଜଣେ ସ୍ଥାନୀୟ ଓକିଲ କହିଛନ୍ତି ଯେ, ଗେଟ୍‌ରେ ଥିବା ସୁରକ୍ଷାକର୍ମୀ ଓ ଅନ୍ୟ ଜଣେ ଓକିଲଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା ଏବଂ ଏହା ଉଗ୍ରରୂପ ନେଇଥିଲା । ଯୁକ୍ତିତର୍କରେ ଆଉ ୨ ଜଣ ଓକିଲ ମଧ୍ୟ ଯୋଡ଼ି ହୋଇଥିଲେ। ପରେ ପରେ ସୁରକ୍ଷାକର୍ମୀ ଜଣକ ନିଜ ବନ୍ଧୁକରୁ ଏକାଧିକ ଗୁଳି ଫୁଟାଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now