• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାୟାନଗରୀ ମୁମ୍ୱାଇରେ ଭୟାବୟ ଅଗ୍ନିକାଣ୍ଡ । ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଏସ୍‌ଭି ରୋଡ ଏଲ୍ଆଇସିର ମୁଖ୍ୟ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଫିସର ଗ୍ରାଉଣ୍ଡ ଫ୍ଲୋର ସମେତ ପ୍ରଥମ ଓ ଦ୍ୱିତୀୟ ବିଲଡିଂରେ ନିଆଁ ଲାଗିଛି । ବିଲ୍ଡିଂରେ ଲାଗିଥିବା ନିଆଁକୁ ଲିଭେଇବା ପାଇଁ ୮ଟି ଦମଦଳ ଗାଡ଼ି ନିୟୋଜିତ ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୭ଟାରେ LIC ଅଫିସ ବିଲଡିଂରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହେଲେ ଦମକଳ ଗାଡ଼ି ଆସିବା ପୂର୍ବରୁ ନିଆଁ ପ୍ରଥମ ଓ ଦ୍ୱିତୀୟ ମହଲାଙ୍କୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ଗରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡ଼ିଯାଇଥିବା ବେଳେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି ।

ଏଥିରେ କେହି ଆହତ ହୋଇଥିବା ସୂଚନା ମିଳିନଥିବାବେଳେ ୩ ଘଣ୍ଟାର କସରତ ପରେ ୮ ଟି ଦମକଳ ବାହିନୀ ନିଆଁକୁ ଆୟତ୍ତକୁ ଆଣିଥିବା ଜଣାପଡିଛି ।

ଅନ୍ୟପକ୍ଷେ, ଆଜି ମଧ୍ୟପ୍ରଦେଶ ସ୍ଥିତ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ୯ ଜଣ ଗୁରୁତର ଥିବା ଜଣାପଡିଛି । ତେବେ ମୃତକ ମାନଙ୍କ ମଧ୍ୟରେ ୨ ଜଣ ମହିଳା, ୫ ଜଣ ପୁରୁଷ ଥିବାବେଳେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ରହିଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।