Advertisment

କାର୍‌ ଭିତରେ ଅନ୍ୟ ମହିଳାଙ୍କ ସହ ଥିଲେ ଫିଲ୍ମ ନିର୍ମାତା, ଦେଖିଦେଲେ ପତ୍ନୀ..

ପାର୍କିଂ ଏରିଆରେ ଫିଲ୍ମ ନିର୍ମାତାଙ୍କ କାର୍‌ ପାର୍କିଂ ହୋଇଥିଲା। ଏହି ସମୟରେ ତାଙ୍କୁ ଖୋଜିବାକୁ ଆସିଥିବା ତାଙ୍କ ପତ୍ନୀ ପାର୍କିଂ ଏରିଆରେ କାର୍‌ ଭିତରେ ତାଙ୍କୁ ଓ ଅନ୍ୟ ଜଣେ ମହିଳାଙ୍କୁ ଦେଖିବା ପରେ ଏହାକୁ ବିରୋଧ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Filmmaker Rams Wife With Car

Filmmaker Rams Wife With Car

ସ୍ତ୍ରୀ ଉପରେ କାର୍‌ ଚଢ଼ାଇ ଦେଲେ ଫିଲ୍ମ ନିର୍ମାତା। ପାର୍କିଂ ଏରିଆରେ କାର୍‌ ଭିତରେ ଅନ୍ୟ ମହିଳାଙ୍କ ସହ ଫିଲ୍ମ ନିର୍ମାତାଙ୍କୁ ପତ୍ନୀ ଦେଖି ଦେବାରୁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା। ଫିଲ୍ମ ନିର୍ମାତା କମଲ କିଶୋରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ସ୍ତ୍ରୀ ଉପରେ କାର୍‌ ଚଢ଼ାଇବା ଅଭିଯୋଗରେ କମଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Advertisment

ସୂଚନା ଅନୁସାରେ, ଅକ୍ଟୋବର ୧୯ ତାରିଖରେ Suburban Andheri(West)ରେ ଥିବା ଏକ ରେସିଡେନ୍‌ସିଆଲ୍‌ ବିଲ୍ଡିଂର ପାର୍କିଂ ଏରିଆରେ ଫିଲ୍ମ ନିର୍ମାତା କମଲଙ୍କ କାର୍‌ ପାର୍କିଂ ହୋଇଥିଲା। ଏହି ସମୟରେ କମଲଙ୍କୁ ଖୋଜିବାକୁ ଆସିଥିବା ତାଙ୍କ ପତ୍ନୀ ପାର୍କିଂ ଏରିଆରେ କାର୍‌ ଭିତରେ କମଲ ଓ ଅନ୍ୟ ଜଣେ ମହିଳାଙ୍କୁ ଦେଖିବା ପରେ ଏହାକୁ ବିରୋଧ କରିଥିଲେ। ଉଭୟ ମୁହାଁମୁହିଁ ହୋଇଯିବାରୁ କାର୍‌ ସାମ୍ନାରେ ଛିଡ଼ା ହୋଇଥିବା ପତ୍ନୀଙ୍କୁ କମଲ ଧକ୍କା ଦେଇ କାର୍‌ ନେଇ ଘଟଣାସ୍ଥଳରୁ ପଳାଇଥିଲେ। ସ୍ୱାମୀଙ୍କ କାର୍‌ ଧକ୍କାରେ ତଳେ ପଡ଼ି ପତ୍ନୀ ଆହତ ହୋଇଛନ୍ତି। ଏଥିରେ ତାଙ୍କର ଗୋଡ଼, ହାତ ଓ ମୁଣ୍ଡରେ ଆଘାତ ଲାଗିଛି।

Advertisment

ଘଟଣାକୁ ନେଇ କମଲଙ୍କ ପତ୍ନୀ ଆମ୍ବୋଲି ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍‌ କମଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାସହ ପୋଲିସ୍‌ ଘଟଣାକୁ ନେଇ ତଦନ୍ତ ଚଳାଇଛି। ବଲିଉଡ୍‌ ଫିଲ୍ମ 'Dehati Disco'ର ପ୍ରଡ୍ୟୁସର ହେଉଛନ୍ତି କମଲ କିଶୋର।  

Accident Filmmaker
Advertisment
Advertisment