• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଲା ଖୁସି ଖବର । ଜନ୍ମ ନେଲେଆଉ ୫ଟି ଚିତା । ଦକ୍ଷିଣ ଆଫ୍ରିକାରୁ ଆସିଥିବା ବାଘୁଣୀ ‘ଗାମିନୀ’ ୫ ଶାବକଙ୍କୁ ଜନ୍ମ ଦେଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆରେ ଏହି ସୂଚନା 
ଦେଇଛନ୍ତି।

୫ ଚିତା ଛୁଆଙ୍କ ଭିଡିଓ ମଧ୍ୟ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଭାରତରେ ଜନ୍ମିତ ଚିତା ଛୁଆଙ୍କ ସଂଖ୍ୟା ଏବେ ୧୩କୁ ବୃଦ୍ଧି ପାଇଛି।  ଏହି ୫ ଛୁଆଙ୍କୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା ୨୬ରେ ପହଞ୍ଚିଛି ।

 

ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ଚିତା ଜ୍ବାଲା ଓ ଆଶା ମଧ୍ୟ ଶାବକ ଜନ୍ମ ଦେଇଥିଲେ । ଗତ ବର୍ଷ ମାର୍ଚ୍ଚରେ ଜ୍ବାଲା ପ୍ରଥମ କରି ୪ ସାବଜ ଜନ୍ମ ଦେଇଥିଲା। ମାତ୍ର ପର୍ଯ୍ୟାୟ କ୍ରମେ ୩ ଶାବକଙ୍କ ମୃତ୍ୟୁ ଘଟିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now