Advertisment

ନାମିବ୍ୟାରୁ ଆସିଥିବା ଚିତା ବାଘ 'ଶାଶା'ର ମୃତ୍ୟୁ

ଚିତା ବାଘଙ୍କୁ ପ୍ରଧାନମନ୍ତ୍ରୀ ମୋଦି କୁନୋ ଜାତୀୟ ଉଦ୍ୟାନକୁ ଛାଡିଥିଲେ।

ଅଦ୍ୟତନ ହୋଇଛି
Female Namibian Cheetah Dies

Female cheetah from Namibia dies

Advertisment

ଭାରତର ଚିତା ମିଶନକୁ ଝଟକା। ନାମିବ୍ୟାରୁ ଆସିଥିବା ମାଇ ଚିତା ବାଘ ଶାଶାର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶାଶା ଗୁରୁତର କୀଡନି ରୋଗରେ ପୀଡିତ ଥିଲା। ଏପରିକି ଶାଶା ଭାରତ ଆସିବା ପୂର୍ବରୁ ହିଁ ସଂକ୍ରମିତ ଥିବା ସୂଚନା ମିଳିଛି। ଗତବର୍ଷ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ମଧ୍ୟପ୍ରଦେଶର କୁନୋ ନାସନାଲ ପାର୍କକୁ ୮ଟି ଚିତା ଆସିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଭାରତ ସହ ଚିତାର ସଂପର୍କ ବହୁ ପୁରୁଣା, ମୃଗ ଶିକାରରେ ସହାୟତା ପାଇଁ ପୋଷୁଥିଲେ ରାଜା

ଚିତା ବାଘଙ୍କୁ ପ୍ରଧାନମନ୍ତ୍ରୀ ମୋଦି କୁନୋ ଜାତୀୟ ଉଦ୍ୟାନକୁ ଛାଡିଥିଲେ। ତାପରଠୁ ସମସ୍ତ ଚିତା ଜାତୀୟ ଉଦ୍ୟାନ ଭିତରେ ଫୂର୍ତ୍ତିର ସହ ଶୀକାର କରୁଥିଲେ। ତେବେ ଅସୁସ୍ଥ ହୋଇପଡିଥିଲା ମାଇ ଚିତା ଶାଶା। ତାର ବାରମ୍ବାର ବାନ୍ତି ହେଉଥିଲା। ଚିକିତ୍ସା ବେଳେ ଶାଶାର କିଡନୀ କାମ କରୁନଥିବା ଜାଣିପାରିଥିଲେ ଡାକ୍ତର।

Advertisment

ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞଙ୍କ ସହ ଏଠାକାର ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାର ଚିକିତ୍ସା ଜାରି ରଖିଥିଲେ। ଏଭଳି ସ୍ଥିତିରେ ଆଜି ମାଇ ଚିତା ଶାଶାର ମୃତ୍ୟୁ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭାରତ ଆସିଥିବା ୮ ଚିତାଙ୍କ ମଧ୍ୟରୁ ବର୍ତ୍ତମାନ ଆଉ ୭ ଚିତା କୁନୋ ଜାତୀୟ ଉଦ୍ୟାନରେ ଅଛନ୍ତି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆସିଥିବା ୧୨ଟି ଚିତାଙ୍କୁ ସ୍ବତନ୍ତ୍ର ଏନକ୍ଲୋଜରରେ କ୍ବାରେଣ୍ଟାଇନ୍ ରେ ରଖାଯାଇଛି।

Cheetah Namibia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ