Advertisment

ଯାହାର ହାତ ଧରି ବାଟ ଚାଲିଥାନ୍ତେ, ତା’ ହାତରେ ହ୍ୟାଣ୍ଡକପ୍ ପକାଇ ଜେଲ୍ ପଠାଇ ଦେଲେ ଦବଙ୍ଗ ମହିଳା ପୋଲିସ ଅଫିସର

ନିର୍ବନ୍ଧ ସରିଛି। ପ୍ରେମ ବିବାହ କରି ଥାଆନ୍ତେ। ଯେଉଁ ପୁଅକୁ ବାହା ହୋଇଥାଆନ୍ତେ ଦେଖିଲା ବେଳକୁ ତାଙ୍କରି ହାତରେ ହାତକଡ଼ି ପକାଇଲେ ଭାବି ପତ୍ନୀ

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

ମିଛ ପାଲଟିଲା ପ୍ରେମ । ଠକ ପ୍ରେମିକକୁ ବାନ୍ଧିଲେ ପୋଲିସ୍‌ ମାଡାମ୍ । କିଛି ଦିନ ପରେ ଠିକ୍ ଭାବେ ସ୍ୱାମୀଙ୍କ ହାତରେ ହାତ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ସ୍ୱାମୀଙ୍କ ସହ ସୁନେଲି ସ୍ୱପ୍ନ ଦେଖି ବିଭୋର ହୋଇଥାନ୍ତେ । ହେଲେ କ୍ଷଣିକରେ ସବୁକିଛି ଓଲଟପାଲଟ ହୋଇଯାଇଛି । ବଦଳି ଯାଇଛି ଚିତ୍ର । ସ୍ୱପ୍ନ ସବୁ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ଦିଗହରା ହୋଇଯାଇଛି ଭାବି ପତି ଓ ପତ୍ନୀଙ୍କ ଭବିଷ୍ୟତ । ଯାହାର ହାତ ଧରି ବାଟ ଚାଲିଥାନ୍ତେ ତା ହାତରେ ହ୍ୟାଣ୍ଡକପ୍ ପକାଇ ଜେଲ୍ ପଠାଇ ଦେଇଛନ୍ତି ମହିଳା ଦବଙ୍ଗ ଅଫିସର । ପରିଣାମକୁ ପରବାୟ ନ କରି ଭାବି ସ୍ୱାମୀକୁ ଠକେଇ ମାମଲାରେ ଗିରଫ କରି ଜେଲ୍ ପଠାଇ ପ୍ରଶଂସା ସାଉଁଟୁଛନ୍ତି ଆସାମ ପୋଲିସରେ ସବ୍ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରୁଥିବା ଜୁନମୋନି ରାଭା ।

Advertisment

ଆସାମର ନୌଗାଁ ଥାନାରେ ସବ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି ଜୁନମୋନି । ଆସନ୍ତା ମାସରେ ସେ ରାଣା ପୋଗାଗ ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥାନ୍ତେ । ପରିବାର ସହମତିରେ ଏହି ବିବାହ ହୋଇଥାନ୍ତା । ଗତ ନଭେମ୍ବରରେ ଉଭୟଙ୍କ ର୍ନିବନ୍ଧ ସରିଥିବା ବେଳେ ବିବାହ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା । କିନ୍ତୁ ଯେତେବେଳେ ଭାବି ସ୍ୱାମୀ ଜଣେ ଠକ ବୋଲି ଜାଣିବାକୁ ପାଇଲେ ଏବଂ ଅଧିକ ଅନୁସନ୍ଧାନ କରି ସତ ଜାଣିଲେ,  ସେତେବେଳେ ସବୁ ସ୍ୱପ୍ନକୁ ମାରି ଭାବି ସ୍ୱାମୀଙ୍କୁ ବାନ୍ଧି ଜେଲର ଚାରିକାନ୍ଥ ଭିତରକୁ ପଠାଇ ଦେଇଛନ୍ତି ।

ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଓଏନଜିସିରେ ନିଜକୁ ଜନସମ୍ପର୍କ ଅଧିକାରୀ ବୋଲି ଦାବି କରୁଥିବା ରାଣା । ସେ ଚାକିରୀ କରାଇ ଦେବାକୁ କହି ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ହଡ଼ପ କରୁଥିବା ନେଇ ଅଭିଯୋଗ ରହିଥିବା ଜାଣିବାକୁ ପାଇଥିଲେ ଜୁନମୋନି । ଖବର ନେବାରୁ ଜଣାପଡ଼ିଛି ସବ୍ ଇନସ୍ପେକ୍ଟର ଜୁନମୋନିଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ବିବାହ ପାଇଁ ରାଜି କରିବାରେ ସଫଳ ହୋଇଥିଲେ । ଆଉ ନିଜର ଅପରାଧିକ କାର୍ଯ୍ୟକଳାପକୁ ସୁରକ୍ଷା ଦେବା ପାଇଁ ସେ ଜୁନମୋନିଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ, ଯାହା ଏବେ ଫେଲ୍ ମାରିଛି ।

Advertisment

ଏହା ପ୍ରଥମ ଥର ନୁହେଁ , ପୂର୍ବରୁ ମଧ୍ୟ ନିଜର ନିଆରା ଆନ୍ଦାଜ, ଦବଙ୍ଗଗିରି ଷ୍ଟାଇଲ ପାଇଁ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି ଜୁନମୋନି । କିଛି ଦିନ ତଳେ ହିଁ ଜଣେ ଶାସକ ଦଳର ବିଧାୟକଙ୍କୁ ମୁହଁତୋଡ ଜବାବ ଦେଇ ଆଇନର ପାଠ ପଢ଼ାଇ ଚର୍ଚ୍ଚାକୁ ଆସିଥିଲେ ସବ୍ ଇନସ୍ପେକ୍ଟର । ଏବେ କିନ୍ତୁ ନିଜ ଭାବି ପତିଙ୍କୁ ଜେଲ୍ ପଠାଇ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ।

Special Story
Advertisment
Advertisment