Advertisment

ନାଗକୁ ମାରିଦେବା ପରେ ନାଗୁଣୀ ନେଲା ପ୍ରତିଶୋଧ !

ନାଗକୁ ମାରିଦେଲା ବାପା । ପୁଅକୁ ମାରି ପ୍ରତିଶୋଧ ନେଲା ନାଗୁଣୀ । ମଧ୍ୟପ୍ରଦେଶର ସେହୋର ଜିଲ୍ଲା ଜୋଶିପୁର ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Sehore father killed nag so nagin takes revenge and bite his son died shocking case surfaced in budn

Sehore father killed nag so nagin takes revenge and bite his son died shocking case surfaced in budn

ନାଗକୁ ମାରିଦେଲା ବାପା । ପୁଅକୁ ମାରି ପ୍ରତିଶୋଧ ନେଲା ନାଗୁଣୀ । ମଧ୍ୟପ୍ରଦେଶର ସେହୋର ଜିଲ୍ଲା ଜୋଶିପୁର ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।

Advertisment

ଗାଁର ଜଣେ ଶ୍ରମିକଙ୍କ ପୁଅକୁ ସାପ କାମୁଡ଼ି ଦେଇଥିଲା। ଡାକ୍ତରଖାନା ଯିବା ସମୟରେ ହିଁ ବାଟରେ ପୁଅର ମୃତ୍ୟୁ ହୋଇଥିଲା। ଗତ ଗୁରୁବାର ଦିନ ମୃତକଙ୍କ ପିତା ଏକ ସାପକୁ ମାରିଥିଲେ । ତେବେ ସାପକୁ ମାରିବା ପରେ ଆଉ ଏକ ସାପ ପ୍ରତିଶୋଧ ପରାୟଣ ହୋଇ ପୁଅକୁ ଚୋଟ ମାରିଥିଲା ବୋଲି ଗାଁ ଲୋକେ କହିଛନ୍ତି ।

ସୂଚନା ଅନୁଯାୟୀ, ଜୋଶିପୁରରେ ରହୁଥିବା କିଶୋରୀ ଲାଲ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ଦେବୀ ପୂଜାପାଠର ଚୈତନ୍ୟ ନବରାତ୍ରୀରେ ତାଙ୍କ ଘରେ ଘଟ ସ୍ଥାପନ ହୋଇଥିଲା । ସବୁକିଛି ଠିକ୍ ଚାଲିଥିଲା ହେଲେ ଗତ ଗୁରୁବାର ସକାଳେ ପ୍ରାୟ ୮ଟା ବେଳେ ତାଙ୍କ ଘର ନିକଟରେ ଏକ ସାପ ବାହାରିଲା । ସାପକୁ ଦେଖି ଘରେ ଆତଙ୍କ ସୃଷ୍ଟି ହୋଇଥିଲା । କିଶୋରିଲାଲ ଏବଂ ତାଙ୍କ ପରିବାର ସଦସ୍ୟ ମିଳିତ ଭାବରେ ଏହି ସାପଟିକୁ ହତ୍ୟା କରିଦେଇଥିଲେ ।

Advertisment

ଘଟଣାର କିଛି ସମୟ ପରେ ପୁରା ପରିବାର ପୁଣି ପୂଜାରେ ନିୟୋଜିତ ହୋଇଥିଲେ । ଏହି ଘଟଣାର ଠିକ୍‌ ୨୪ ଘଣ୍ଟା ପରେ ମଧ୍ୟ ରାତି ପ୍ରାୟ ୨ ଟା ବେଳେ କିଶୋରୀ ଲାଲଙ୍କ ପୁଅ ୧୨ ବର୍ଷର ପୁଅ ରୋହିତ ଘରେ ଶୋଇଥିବା ଅବସ୍ଥାରେ ଏକ ସାପ ଆସି ତାକୁ କାମୁଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ସମ୍ପର୍କୀୟମାନେ ସାପଟିକୁ ମାରିଦେଇଥିବାବେଳେ ପୁଅକୁ ଚିକିତ୍ସା ପାଇଁ ହୋଶଙ୍ଗାବାଦର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ହୋଶଙ୍ଗାବାଦରୁ ଭୋପାଳକୁ ଆଣିବାବେଳେ ହିଁ ପୁଅର ମୃତ୍ୟୁ ହୋଇଥିଲା।

Madhya Pradesh News OMG News
Advertisment
Advertisment