Advertisment

ଚର୍ଚ୍ଚାରେ ଏହି ବିବାହ: ୨୮ ବର୍ଷୀୟା ବୋହୂ ମଥାରେ ସିନ୍ଦୂର ଦେଲେ ୭୦ ବର୍ଷୀୟ ଶ୍ୱଶୁର

୨୮ ବର୍ଷୀୟା ବୋହୂକୁ ବାହା ହେଲେ ୭୦ ବର୍ଷୀୟ ଶ୍ୱଶୁର। ତା’ବି ପୁଣି ଉଭୟଙ୍କ ସହମତି କ୍ରମେ। ଏଥିରେ ବୋହୂ ମଧ୍ୟ ଖୁସି ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Father In Law And Daughter In Law Got Married In Uttar Pradesh

Father In Law And Daughter In Law Got Married In Uttar Pradesh

୨୮ ବର୍ଷୀୟା ବୋହୂକୁ ବାହା ହେଲେ ୭୦ ବର୍ଷୀୟ ଶ୍ୱଶୁର। ତା’ବି ପୁଣି ଉଭୟଙ୍କ ସହମତି କ୍ରମେ। ଏଥିରେ ବୋହୂ ମଧ୍ୟ ଖୁସି ଅଛନ୍ତି। ପରିବାର, ସମାଜ କାହାକୁ ଖାତିର୍‌ ନକରି ଶ୍ୱଶୁରଙ୍କୁ ବିବାହ କରିବା ପାଇଁ ବୋହୂ ନିଷ୍ପତ୍ତି ନେଇଥିଲେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଉତ୍ତରପ୍ରଦେଶରେ ଏଭଳି କିଛି ଘଟଣା ଘଟିଛି। ସୋସିଆଲ ମିଡିଆରେ ବିବାହ ଫଟୋ ଭାଇରାଲ୍‌ ପରେ ଏବେ ଚାରିଆଡ଼େ ଚର୍ଚ୍ଚା। ଏଠାରେ ପ୍ରଶ୍ନ ଉଠୁଛି, ଏମିତି କ’ଣ ପରିସ୍ଥିତି ହେଲା ଯେ, ଶ୍ୱଶୁରଙ୍କୁ ବାହା ହେବା ପାଇଁ ବୋହୂ ନିଷ୍ପତ୍ତି ନେଲେ। ଜାଣନ୍ତୁ, ପୁରା ଘଟଣାକ୍ରମ...

Advertisment

ସୋସିଆଲ୍‌ ମିଡିଆରେ ସାମ୍ନାକୁ ଆସିଥିବା ଖବର ଓ ଭାଇରାଲ୍‌ ଫଟୋକୁ ଯଦି ବିଶ୍ୱାସ କରାଯାଏ, ତା’ହେଲେ ବଡହଲ୍‌ଗଞ୍ଜ ମୋତୱାଲି ଅଞ୍ଚଳର ଛପିୟା ଉମରାୱ ଗାଁର କୈଳାସ ଯାଦବ ୧୨ ବର୍ଷ ପୂର୍ବେ ପତ୍ନୀଙ୍କୁ ହରାଇଥିଲେ। କୈଳାସଙ୍କ ୪ ସନ୍ତାନ ଥିବାବେଳେ ୩ ନମ୍ବର ପୁଅର ମୃତ୍ୟୁ ପରେ ପତ୍ନୀ ପୂଜା ଏକାକୀ ହୋଇଯାଇଥିଲେ। କିଛି ଲୋକଙ୍କ କହିବା ଅନୁସାରେ, ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଲୋକ ଅନ୍ୟତ୍ର ପୂଜାଙ୍କ ବିବାହ କରାଇଥିଲେ। ହେଲେ ତାଙ୍କୁ ସେହି ଘର, ପରିବାର ପସନ୍ଦ ଆସିନଥିଲା। ତେଣୁ ସେ ପୁଣି ତାଙ୍କର ପ୍ରଥମ ସ୍ୱାମୀଙ୍କ ଘରକୁ ଫେରିଥିଲେ। ଏହାପରେ ଶ୍ୱଶୁର କୈଳାସଙ୍କୁ ବିବାହ କରିବା ଲାଗି ସେ ନିଷ୍ପତ୍ତି ନେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ବଡହଲ୍‌ଗଞ୍ଜ ଥାନାର ଚୌକିଦାର କୈଳାସ ଯାଦବ ଗାଁ ଲୋକ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବୋହୂ ପୂଜାଙ୍କ ସହ ସାତ ଫେରା ନେଇଥିଲେ। ଉଭୟଙ୍କ(ଶ୍ୱଶୁର କୈଳାସ ଓ ବୋହୂ ପୂଜା) ସହମତି କ୍ରମେ ଏହି ବିବାହ ହୋଇଛି। ସେପଟେ ଏହି ବିବାହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଉଭୟ ଶ୍ୱଶୁର ଓ ବୋହୂ ପରିବାର, ସମାଜ କାହାକୁ ଖାତିର୍‌ ନକରି ଏହି ବିବାହ କରିଛନ୍ତି।

Advertisment

ପୋଲିସ୍‌ ପାଖରେ ପହଞ୍ଚିଲା କଥା, ଫଟୋ ଦେଖି ଅଫିସର ଆଶ୍ଚର୍ଯ୍ୟ...

ସୋସିଆଲ୍‌ ମିଡିଆରେ ବିବାହ ଫଟୋ ଭାଇରାଲ୍‌ ପରେ ଏହି କଥା ଥାନା ଯାଏ ପହଞ୍ଚିଥିଲା। ଏନେଇ ଥାନା ଅଧିକାରୀ କହିଛନ୍ତି, ଭାଇରାଲ୍‌ ଫଟୋ ବିବାହ ସମ୍ପର୍କରେ ସୂଚନା ମିଳିଥିଲା। ଏସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ। ଯଦି କୌଣସି ଅଭିଯୋଗ ଆସେ, ତା’ହେଲେ ପୋଲିସ୍‌ ଏସମ୍ପର୍କରେ ତଦନ୍ତ କରିବ। 

Marriage
Advertisment
Advertisment