Advertisment

ମନରେ ଯୋଶ୍, ଆଖିରେ ଚମକ୍...ଜିରୋ ହେୟାରକଟ୍‌ ସାଙ୍ଗକୁ ଜବରଦସ୍ତ ଦିଶୁଛି ୟୁନିଫର୍ମ

ମନରେ ଯୋଶ୍, ଆଖିରେ ଚମକ୍... ଜିରୋ ହେୟାର୍‌କଟ୍‌ ସାଙ୍ଗକୁ ଜବରଦସ୍ତ ଦିଶୁଛି ୟୁନିଫର୍ମ। ଏମାନେ ଜଣେ ଜଣେ ଭବିଷ୍ୟତର ବୀରାଙ୍ଗନା ଓ ଏମାନଙ୍କ କାନ୍ଧରେ ରହିବ ଦେଶ ସୁରକ୍ଷାର ଭାର।

author-image
Rajalaxmi Sahoo
Fascinating Pics Of First Batch Of NDA Women Cadets

Fascinating Pics Of First Batch Of NDA Women Cadets

ମନରେ ଯୋଶ୍, ଆଖିରେ ଚମକ୍... ଜିରୋ ହେୟାର୍‌କଟ୍‌ ସାଙ୍ଗକୁ ଜବରଦସ୍ତ ଦିଶୁଛି ୟୁନିଫର୍ମ। ଏମାନେ ଜଣେ ଜଣେ ଭବିଷ୍ୟତର ବୀରାଙ୍ଗନା ଓ ଏମାନଙ୍କ କାନ୍ଧରେ ରହିବ ଦେଶ ସୁରକ୍ଷାର ଭାର।  ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA)ର ପ୍ରଥମ ମହିଳା ବ୍ୟାଚ୍‌ର ଫଟୋ ସାମ୍ନାକୁ ଆସିବା ପରେ ସାରା ଦେଶରୁ ଛୁଟିଛି ସାବାସୀର ସୁଅ। ପୂର୍ବରୁ NDAରେ ଭର୍ତ୍ତି ହେବା ଲାଗି କେବଳ ପୁଅମାନଙ୍କୁ ସୁଯୋଗ ମିଳୁଥିବା ବେଳେ ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ଝିଅଙ୍କୁ ବି ମିଳିଛି ଗୋଲ୍ଡେନ୍ ଚାନ୍ସ। ଆଉ ସେହି ସୁଯୋଗକୁ ହାତମୁଠାରେ ବନ୍ଦ କରି ନିଜ ସ୍ୱପ୍ନକୁ ସାକାର ପଥରେ ଆଗେଇ ଚାଲିଛନ୍ତି ୧୯ ଜଣ NDA କ୍ୟାଡେଟ୍।  

Advertisment

କିଏ ସେମାନଙ୍କୁ ଦେଶର ଗର୍ବ କହୁଛନ୍ତି ତ ଆଉ କିଏ କହୁଛନ୍ତି ସେମାନେ ରଚିଛନ୍ତି ଇତିହାସ। ଏଭଳି ଅନେକ ପ୍ରଶଂସା ସାଉଁଟୁଛନ୍ତି ନ୍ୟାସନାଲ ଡିଫେନ୍ସ ଏକାଡେମୀ(NDA)ର ପ୍ରଥମ ମହିଳା ବ୍ୟାଚ୍। ୧୯ ଜଣ କ୍ୟାଡେଟ୍‌ଙ୍କୁ ନେଇ ଗଠିତ ଏହି ବ୍ୟାଚ୍‌ର କିଛି ଫଟୋ ସାମ୍ନାକୁ ଆସିବା ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ୧୦ ଜଣ ସ୍ଥଳସେନା, ୬ ଜଣ ବାୟୁସେନା ଓ ୩ ଜଣ ନୌସେନା କ୍ୟାଡେଟ୍ ରହିଛନ୍ତି।

ମହାରାଷ୍ଟ୍ର ପୁଣେ ସ୍ଥିତ ଖଡ଼କଓ୍ୱାସ୍ଲା NDAରେ ୧୪୮ତମ କୋର୍ସର ଅଂଶ ଭାବେ ଗତ ଜୁନ୍‌ରେ ଏମାନଙ୍କର ଭର୍ତ୍ତି ହୋଇଥିବା ବେଳେ, ୨୦୨୫ ମେ’ରେ ହେବେ ପାସ୍ ଆଉଟ୍।  ୬ ମାସରେ ଏମାନେ ପ୍ରଥମ ଟର୍ମ ସମାପ୍ତ କରି ସାରିଛନ୍ତି।  ଆଉ ୫ଟି ଟର୍ମ ବାକି ଅଛି।  ଏହି ମହିଳା NDA କ୍ୟାଡେଟ୍‌ଙ୍କୁ ଭେଟି ସେମାନଙ୍କ ଉତ୍ସାହ ବଢ଼ାଇଛନ୍ତି ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଓ ସ୍ଥଳସେନା ସଦର୍ଣ୍ଣ କମାଣ୍ଡ୍ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଏ.କେ. ସିଂ। 

Advertisment

NDAର ପ୍ରଥମ ମହିଳା ବ୍ୟାଚ୍ ଫଟୋ ସାମ୍ନାକୁ ଆସିବା ପରେ ସେଲିବ୍ରିଟି, ରାଜନେତାଙ୍କଠୁ ‌ଆଇପିଏସ୍ ଅଧିକାରୀଙ୍କ ଯାଏ ସମସ୍ତେ ପ୍ରଶଂସା କରିଛନ୍ତି ଏହି ସାହସୀ ତରୁଣୀଙ୍କର। ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାର ଟ୍ୱିଟ୍ କରି ସେମାନଙ୍କର ମନୋବଳ ବଢ଼ାଇବା ସହିତ ଭଗବାନଙ୍କ ‌ଆଶୀର୍ବାଦ କରନ୍ତୁ ବୋଲି ଲେଖିଛନ୍ତି। ଛତିଶଗଡ଼ର ଆଇପିଏସ୍ ଅଫିସର୍ ଅଙ୍କିତା ଶର୍ମା ଟ୍ୱିଟ୍‌ କରିଛନ୍ତି ଯେ, କେହି ଜଣେ ନିଜ ସ୍ୱପ୍ନ ସାକାର କଲେ ହଜାର ହଜାର ଜଣଙ୍କୁ ଡେଣା ଝାଡ଼ି ଉଡ଼ିବାକୁ ସାହସ ମିଳିଥାଏ। ମଧ୍ୟପ୍ରଦେଶ ବିଜେପି ନେତ୍ରୀ ସୀମା ସିଂ ଲେଖିଛନ୍ତି, ନାରୀ ଏବେ ଅବଳା ନୁହେଁ ସବଳା। ସ୍ୱାଧୀନତା ପରେ ସର୍ବାଧିକ କାଳ କ୍ଷମତାରେ ରହି କଂଗ୍ରେସ କେବେ ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇ ନାହିଁ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ମହିଳାଙ୍କୁ ଆତ୍ମନିର୍ଭର କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ଆଗ୍ରହୀ ମହିଳା ପ୍ରାର୍ଥୀମାନେ ମଧ୍ୟ NDAରେରେ ଭର୍ତ୍ତି ହୋଇପାରିବେ। 

Indian Navy
Advertisment
Advertisment