• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ ବିଲ୍ ପାସ୍ କରାଇବା ଲାଗି ସରକାର ଯୋଜନା

  • ଡିସେମ୍ବର ୨୩ ଯାଏଁ ଚାଲିବ ଶୀତ ଅଧିବେଶନ କାର୍ଯ୍ୟକାଳ

  • ଶୀତ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୩ ଯାଏଁ ଚାଲିବାକୁ ଥିବା ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ଲାଗି ଯୋଜନା ରଖିଛନ୍ତି ସରକାର । ଚଳିତ ଅଧିବେଶନ ଆରମ୍ଭରେ ତିନି କୃଷି ଆଇନ ଉଚ୍ଛେଦ ବିଲ , କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ ବିଲ୍ ପାସ୍ କରାଇବା ଲାଗି ସରକାର ଯୋଜନା ରଖିଛନ୍ତି ।

କୃଷି ଆଇନ୍ ଉଚ୍ଛେଦ ବିଲ ଆଜି ଲୋକସଭାରେ ଉପସ୍ଥାପିତ ହୋଇପାରେ । ଲୋକସଭାରେ ପାରିତ ହେବା ପରେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ । ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ସର୍ବଦଳୀୟ ବୈଠକ ବସିଥିଲା ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଆହୂତ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପୀୟୂଷ ଗୋଏଲ, ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ, ମଲ୍ଲିକାର୍ଜୁନ ଖଡ଼ଗେ, ଆନନ୍ଦ ଶର୍ମା, ଟିଏମସିରୁ ସୁଦୀପ ବାନାର୍ଜୀ, ଡେରେକ ଓ ବ୍ରିଏନ, ଡିଏମକେରୁ ଟିଆର ବାଲୁ ଓ ଟି. ଶିବା ଏବଂ ଏନସିପିରୁ ଶରଦ ପାଓ୍ୱାର ପ୍ରମୁଖ ଯୋଗ ଦେଇଥିଲେ ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଆଶା କରାଯାଉ ଥିଲେ ମଧ୍ୟ ସେ ଆସି ନଥିଲେ । ଏହି ପ୍ରସଙ୍ଗରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସଫେଇ ଦେଇ କହିଥିଲେ, ସର୍ବଦଳୀୟ ବୈଠକରେ ମୋଦି ନିଜେ ପ୍ରଧାନମନ୍ତ୍ରୀ ଯୋଗ ଦେବାର ପରମ୍ପରା ଆରମ୍ଭ କରିଥିଲେ । ଏହା ପୂର୍ବରୁ କେବଳ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗ ଦେଇ ଆସୁଥିଲେ । ହେଲେ କୌଣସି କାରଣବଶତଃ ପ୍ରଧାନମନ୍ତ୍ରୀ ଆସିପାରି ନାହାନ୍ତି ।