Advertisment

କରୋନା ଭୟରେ ୧୫ ମାସ ଯାଏ ଘର ଭିତରେ ନିଜକୁ ବନ୍ଦ ରଖିଥିଲେ ପରିବାର ସଦସ୍ୟ

କରୋନାରେ ସଂକ୍ରମିତ ହେବା ଭୟରେ ତମ୍ଭୁ ଘର ଭିତରେ ପାଖାପାଖି ୧୫ ମାସ ନିଜକୁ ବନ୍ଦ କରି ରଖିଲେ ପରିବାରର ସଦସ୍ୟ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଘଟଣା ସମ୍ପର୍କକରେ ପଡ଼ିଶା ଲୋକଙ୍କୁ ମଧ୍ୟ ଜଣାନଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କରୋନା ଭୟରେ ୧୫ ମାସ ଯାଏ ଘର ଭିତରେ ନିଜକୁ ବନ୍ଦ ରଖିଥିଲେ ପରିବାର ସଦସ୍ୟ

police

ପୂର୍ବ ଗୋଦାବରୀ(ଆନ୍ଧ୍ର ପ୍ରଦେଶ): କରୋନାରେ ସଂକ୍ରମିତ ହେବା ଭୟରେ ତମ୍ଭୁ ଘର ଭିତରେ ପାଖାପାଖି ୧୫ ମାସ ନିଜକୁ ବନ୍ଦ କରି ରଖିଲେ ପରିବାରର ସଦସ୍ୟ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଘଟଣା ସମ୍ପର୍କକରେ ପଡ଼ିଶା ଲୋକଙ୍କୁ ମଧ୍ୟ ଜଣାନଥିଲା। ଘର ଭିତରେ ନିଜକୁ ବନ୍ଦ କରି ରଖିଥିବା ଏହି ପରିବାରର ସଦସ୍ୟ କିଛିଦିନ ପର୍ଯ୍ୟନ୍ତ ଗାଧୋଇ ମଧ୍ୟ ନଥିଲେ। ଆନ୍ଧ୍ର ପ୍ରଦେଶର କଦାଲି ଗାଁରେ ଏଭଳି କିଛି ଘଟଣା ଘଟିଛି। ଘଟଣା ସର୍ବ ସମ୍ମୁଖକୁ ଆସିବା ପରେ ଏହା ସମସ୍ତଙ୍କୁ ଆଚମ୍ବିତ କରିଛି। ବୁଧବାର ଆନ୍ଧ୍ର ପ୍ରଦେଶ ପୋଲିସ୍‌ ପରିବାରର ସଦସ୍ୟଙ୍କୁ ଉଦ୍ଧାର କରିଛି। 

Advertisment

କଦାଲି ଗାଁର ସରପଞ୍ଚ ଚୋପ୍ପାଲା ଗୁରୁନାଥଙ୍କ କହିବା ଅନୁସାରେ, ରୁଥାମ୍ମା(୫୦), କନ୍ଥାମାନି(୩୨) ଓ ରାନୀ(୩୦) ନିଜକୁ ଘର ଭିତରେ ପାଖାପାଖି ୧୫ ମାସ ବନ୍ଦ କରି ରଖିଥିଲେ। ସେମାନଙ୍କର ଜଣେ ପଡ଼ୋଶୀ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିବା ପରେ ସେମାନେ ଏଭଳି କରିଥିଲେ। ସରକାରୀ ଯୋଜନାରେ ହାଉସିଂ ପ୍ଲଟ୍‌ ପାଇଁ ଟିପ ଚିହ୍ନ ଲାଗି ଜଣେ ଗାଁ ଭଲ୍ୟୁଣ୍ଟର ସେମାନଙ୍କ ଘରକୁ ଯାଇଥିଲେ। ହେଲେ ସେମାନେ ବାହାରକୁ ବାହାରିବା ପାଇଁ ମନା କରି ଦେଇଥିଲେ। ଯଦି ସେମାନେ ବାହାରକୁ ବାହାରିବେ ତା’ହେଲେ ସେମାନେ ମୃତ୍ୟୁବରଣ କରିବେ ବୋଲି କହିଥିଲେ। ଫଳରେ ସେଠାରୁ ଭଲ୍ୟୁଣ୍ଟର ଫେରି ଆସି ଏସମ୍ପର୍କରେ ଗାଁ ସରପଞ୍ଚ ଓ ଅନ୍ୟମାନଙ୍କୁ ଜଣାଇଥିଲେ। 

ନ୍ୟୁଜ୍‌ ଏଜେନ୍ସି ANIକୁ ସୂଚନା ଦେଇ ଗୁରୁନାଥ କହିଛନ୍ତି, ସେଇ ଘରେ ଚୁଟ୍ଟୁଗାଲ୍ଳା ବେନି, ତାଙ୍କ ପତ୍ନୀ ଓ ସେମାନଙ୍କର ୨ ଛୁଆ ରୁହନ୍ତି। ସେମାନେ କରୋନା ଭୟରେ ନିଜକୁ ପାଖାପାଖି ୧୫ ମାସ ଘର ଭିତରେ ବନ୍ଦ କରି ରଖିଥିଲେ। ଯଦି କେହି ଭଲ୍ୟୁଣ୍ଟର କିମ୍ବା ଆଶାକର୍ମୀ ସେମାନଙ୍କ ଘରକୁ ଯାଉଥିଲେ ସେମାନେ କୌଣସି ଉତ୍ତର ଦେଉନଥିଲେ। ଫଳରେ ସେମାନେ ସେଠାରୁ ଚାଲି ଆସୁଥିଲେ। କିଛିଦିନ ପୂର୍ବେ ସେମାନଙ୍କର ସମ୍ପର୍କୀୟ ସୂଚନା ଦେଇଥିଲେ, ଘର ଭିତରେ ୩ ଜଣ ଲୋକ ନିଜକୁ ବନ୍ଦ କରି ରଖିଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ। ଖବର ଜାଣିବା ପରେ ଆମେ ତତ୍‌କ୍ଷଣାତ ପୋଲିସ୍‌କୁ ସୂଚନା ଦେବା ସହ ଘଟଣାସ୍ଥଳରେ ପହଞ୍ଚି ଥିଲୁ। ପୋଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ସେହି ସମୟରେ ସେମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା। ଦୀର୍ଘ ଦିନ ଧରି ଚୁଟି ନକାଟିବା ଯୋଗୁ ସେମାନଙ୍କର ମୁଣ୍ଡ ଚୁଟି ବଢ଼ି ଯାଇଥିଲା। ଏପରିକି ସେମାନେ କିଛିଦିନ ଗାଧୋଇ ନଥିବା ମଧ୍ୟ ଜଣାପଡ଼ିଥିଲା। ସଙ୍ଗେସଙ୍ଗେ ଆମେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି। 

Advertisment

ଯଦି ଏଭଳି ଭାବରେ ଉକ୍ତ ପରିବାରର ସଦସ୍ୟ ଆଉ କିଛିଦିନ ଯାଏ ଘର ଭିତରେ ନିଜକୁ ବନ୍ଦ କରି ରଖିଥାନ୍ତେ, ତା’ହେଲେ ହୁଏତ ସେମାନଙ୍କର ମୃତ୍ୟୁ ହୋଇଯାଇଥାନ୍ତା।

COVID19 Family Locks Themselves
Advertisment
Advertisment