Advertisment

ମୋବାଇଲ ଓ ଟିଭି ଦେଖିବାକୁ ଦେଲେନି ବାପା-ମାଆ, କେସ୍‌ କଲେ ଭାଇ ଭଉଣୀ

୨୦୨୧ ମସିହା କୋଭିଡ୍ ଲକଡାଉନ୍‌ ସମୟରେ ବାପା-ମାଆ ଏହି ଦୁଇ ଭାଇ ଭଉଣୀଙ୍କୁ ମୋବାଇଲ ଫୋନ୍‌ ଓ ଟିଭି ଦେଖିବାକୁ ବାରଣ କରିଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଏହି ଦୁଇ ଭାଇ ଭଉଣୀ ତାଙ୍କ ବାପା-ମାଆଙ୍କ ବିରୋଧରେ ଚନ୍ଦନନଗର ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Juvenile Justice Act

Juvenile Justice Act

ମୋବାଇଲ ଓ ଟିଭି ଦେଖିବାକୁ ମନା କରିବାରୁ ବାପା-ମାଆଙ୍କ ବିରୋଧରେ କେସ୍‌ କଲେ ଭାଇଭଉଣୀ । ଆପଣଙ୍କୁ ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଏହା ସତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଅଭିଯୋଗକାରୀ ଦ୍ୱୟ ହେଉଛନ୍ତି ୨୧ ବର୍ଷିୟ ଯୁବତୀ ଓ ୮ ବର୍ଷର ତାଙ୍କ ଭାଇ ।

Advertisment

ସୂଚନା ଅନୁସାରେ ୨୦୨୧ ମସିହା କୋଭିଡ୍ ଲକଡାଉନ୍‌ ସମୟରେ ବାପା-ମାଆ ଏହି ଦୁଇ ଭାଇ ଭଉଣୀଙ୍କୁ ମୋବାଇଲ ଫୋନ୍‌ ଓ ଟିଭି ଦେଖିବାକୁ ବାରଣ କରିଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଏହି ଦୁଇ ଭାଇ ଭଉଣୀ ତାଙ୍କ ବାପା-ମାଆଙ୍କ ବିରୋଧରେ ଚନ୍ଦନନଗର ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ । ଭାଇ ଭଉଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ଏଫ୍ଆଇଆର୍ ପଞ୍ଜୀକୃତ କରି ଜିଲ୍ଲା କୋର୍ଟରେ ଦାଖଲ କରିଛି ।

ତେବେ ଏହି ମାମଲାକୁ ଖାରଜ କରିବାକୁ ତାଙ୍କ ପିତା-ମାତା ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚରେ ଆବେଦନ କରିଛନ୍ତି । ଏହି ମାମଲାକୁ କୋର୍ଟକୁ ଆଣିବା ପରିବର୍ତ୍ତେ ଘରେ ଏହାର ସମାଧାନ କରିବାକୁ ଆବେଦନକାରୀଙ୍କ ଓକିଲ ଧର୍ମେନ୍ଦ୍ର ଚୌଧୁରୀ କହିଛନ୍ତି ।

Advertisment

ଆବେଦନକାରୀଙ୍କ ଓକିଲ ଧର୍ମେନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଅଭିଭାବକମାନେ ହାଇକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି । ଶୁଣାଣି ପରେ ହାଇକୋର୍ଟ ଜିଲ୍ଲା କୋର୍ଟରେ ପିତାମାତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ଶୁଣାଣି ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି । ଧର୍ମେନ୍ଦ୍ର ଚୌଧୁରୀଙ୍କ କହିବାନୁସାରେ, ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଉଲ୍ଲେଖ କରାଯାଇଥିଲା ଯେ, ଅକ୍ଟୋବର ୨୫, ୨୦୨୧ରେ, ପିଲାମାନେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ତାଙ୍କ ପିତାମାତା ପ୍ରତିଦିନ ମୋବାଇଲ୍ ଦେଖିବା ଏବଂ ଟିଭି ଦେଖିବା ପାଇଁ ଗାଳିଗୁଲଜ କରିବା ବିଷୟରେ ପୋଲିସ ଅଧିକାରୀଙ୍କୁ କହିଥିଲେ। ଏହା ଉପରେ ପୋଲିସ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁଯାୟୀ ପରିବାର ବିରୋଧରେ ମାମଲା ରୁଜୁ କରିଥିଲା ।

Madhya Pradesh Juvenile Justice
Advertisment
Advertisment