• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ କର୍ମଚାରୀମାନେ ପଦୋନ୍ନତି ପାଇବା ଏକ ମୌଳିକ ଅଧିକାର । କର୍ମଚାରୀମାନେ ନିଜର ଯୋଗ୍ୟତା ମାନଦଣ୍ଡକୁ ପୂରଣ କରି ପଦୋନ୍ନତି ପାଇଁ ବିବେଚିତ ହେବା ସେମାନଙ୍କ ମୌଳିକ ଅଧିକାର ଭିତରେ ଆସୁଛି। କୌଣସି କର୍ମଚାରୀଙ୍କର ପଦୋନ୍ନତି ନକରିବା ତାହା ତାଙ୍କର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରେ ।

ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଦ୍ୱାରା ଗଠିତ ଖଣ୍ତପୀଠ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ପଦୋନ୍ନତି ପାଇଁ ବିଚାର କରାଯିବାକୁ ଅଧିକାର କେବଳ ଆଇନଗତ ଅଧିକାର ନୁହେଁ ବରଂ ଏହା ଏକ ମୌଳିକ ଅଧିକାର ମଧ୍ୟ । ପାଟନା ହାଇକୋର୍ଟଙ୍କ ରାୟକୁ ଖଣ୍ତନ କରି ସୁପ୍ରିମକୋର୍ଟ କହିଛନ୍ତି, ଯେକୌଣସି କର୍ମଚାରୀଙ୍କର ପଦୋନ୍ନତି ପାଇବା ଏକ ମୌଳିକ ଅଧିକାର ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ ରାୟ; ଗୃହିଣୀଙ୍କ ତ୍ୟାଗକୁ ସମ୍ମାନ ଦିଅ

ଏଥିରୁ ତାଙ୍କୁ ବଞ୍ଚିତ କରିବା ଅପରାଧ । ଯୁଗ୍ମ ସଚିବ ପଦବୀରେ ଥିବା ଧରମଦେଓ ଦାସଙ୍କର ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ବିହାର ବିଦ୍ୟୁତ୍ ବୋର୍ଡକୁ ମାର୍ଚ୍ଚ ୫, ୨୦୦୩ ପରିବର୍ତ୍ତେ ଜୁଲାଇ ୨୯, ୧୯୯୭ରେ ଧରମଦେଓଙ୍କୁ ଯୁଗ୍ମ ସଚିବ ପଦବୀକୁ ପଦୋନ୍ନତି କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ଏହା ମଧ୍ୟପ୍ରଶ୍ନ କରିଛନ୍ତି, ବିହାରର ଜନସଂଖ୍ୟା ଦ୍ୱିଗୁଣିତ ହେବା ପରେ ମଧ୍ୟ କିପରି ଭାବେ ଯୁଗ୍ମ ସଚିବ ପଦବୀ ଛଅରୁ ତିନିକୁ ହ୍ରାସ ପାଇଛି । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଉଚ୍ଚ ପଦବୀରେ ନିଯୁକ୍ତ ପାଇବା ଜଣେ କର୍ମଚାରୀର ମୌଳିକ ଅଧିକାର । ଏହି ଅଧିକାରକୁ ଛଡ଼ାଇ ନିଆଯାଇପାରିବ ନାହିଁ ।

ତେବେ ସର୍ବନିମ୍ନ ଯୋଗ୍ୟତା ଥିବା କର୍ମଚାରୀ ପରବର୍ତ୍ତୀ ଉଚ୍ଚ ପଦବୀକୁ ପଦୋନ୍ନତି ପାଇବା ପାଇଁ ଦାବି କରିପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ । ସୁଯୋଗର ସମାନତା ପୂର୍ବକ ସମସ୍ତଙ୍କ ଉପରେ ଦୃଷ୍ଟି ଦେବା ଉଚିତ୍ ବୋଲି କହିଛନ୍ତି । ନିଯୁକ୍ତି ଏବଂ ନିଯୁକ୍ତି ଭିତ୍ତିକ ସୁଯୋଗରେ ଏହାକୁ ଅଧିକାରର ଏକ ଦିଗ ଭାବରେ ବିଚାର କରାଯିବା ଆବଶ୍ୟକ । ସମ୍ବିଧାନର ଧାରା ୧୪ ଏବଂ ୧୬ (୧) ଅନୁଯାୟୀ ପଦୋନ୍ନତିକୁ ଏକ ମୌଳିକ ଅଧିକାର ଭାବରେ ଗ୍ରହଣ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ।

ଅଧିକ ପଢ଼ନ୍ତୁ: ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ; ମଡେଲ ନୀତି ପ୍ରସ୍ତୁତ କରିବାକୁ ଦେଲେ ନିର୍ଦ୍ଦେଶ

OTV is now on Whatsapp

Join and get latest news update delivered to you via whatsapp

Join Now