Advertisment

Terror Attack Eyewitness Alleges: ପହଲଗାମ ଆତଙ୍କୀ ଆକ୍ରମଣ: ପ୍ରତ୍ୟେକ୍ଷଦର୍ଶୀ ବଖାଣିଲେ ଅଙ୍ଗେ ନିଭାଇଥିବା କାହାଣୀ

ଉତ୍ତର ପ୍ରଦେଶର ଜୌନପୁରର ଏକତା ତିୱାରୀ। ପହଲଗାମ ଆକ୍ରମଣ ପରେ ତଦନ୍ତ ସଂସ୍ଥା ଯେଉଁ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ତାଙ୍କ ସହ ଝଗଡ଼ା ହୋଇଥିବା ସେ ଦାବି କରିଛନ୍ତି। ଏପ୍ରିଲ ୨୦ ତାରିଖରେ ୨୦ ଜଣିଆ ଦଳ ସହ ସେ ଓ ତାଙ୍କ ପରିବାର ପହଲଗାମରେ ପହଞ୍ଚିଥିଲେ।

ଅଦ୍ୟତନ ହୋଇଛି
Terror Attack

Terror Attack

Advertisment

ଘୋଡ଼ା ଚାଳକ ସାଜି ଘୋଡାରେ ବସାଇ ବୁଲାଇଲେ। ଏହାପରେ ଧର୍ମ ପଚାରି କୋରାନ ପଢ଼ିବାକୁ କହିଲେ। କାହିଁକି ରୁଦ୍ରାକ୍ଷ ମାଳ ପିନ୍ଧିଛ ବୋଲି ବି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଝଗଡ଼ା ହୋଇଥିଲା। ପରେ ଅମରନାଥ ଆସ ଆମେ ତମକୁ ବିନା ରେଜିଷ୍ଟ୍ରେସନରେ ବୁଲାଇଦେବୁ କହିଥିଲେ। ସନ୍ଦେହ ହେବାକୁ ଉକ୍ତ ଘୋଡା ଚାଳକଙ୍କ ଫଟୋ ଉଠାଇଥିଲୁ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜଣେ ପ୍ରତ୍ୟେକ୍ଷଦର୍ଶୀ ଅଙ୍ଗେ ନିଭାଇଥିବା ଏପରି କିଛି କାହାଣୀ ବଖାଣିଛନ୍ତି। କ୍ୟାମେରା ସାମ୍ନାରେ ସେ ଦିନ ଘାଟିରେ କ’ଣ ଦେଖିଥିଲେ ସେମାନେ। କ’ଣ ଘଟିଥିଲା ତାଙ୍କ ସହ। ନରସଂହାର ପାଇଁ କେମିତି ପ୍ଲାନ କରୁଥିଲେ ଆତଙ୍କୀ ତାହା କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଖୋଜି ଖୋଜି ଟାର୍ଗେଟ୍‌ , ୧୦ ଆତଙ୍କବାଦୀଙ୍କ ଘର ସ୍ୱାହା

ଉତ୍ତର ପ୍ରଦେଶର ଜୌନପୁରର ଏକତା ତିୱାରୀ। ପହଲଗାମ ଆକ୍ରମଣ ପରେ ତଦନ୍ତ ସଂସ୍ଥା ଯେଉଁ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ତାଙ୍କ ସହ ଝଗଡ଼ା ହୋଇଥିବା ସେ ଦାବି କରିଛନ୍ତି। ଏପ୍ରିଲ ୨୦ ତାରିଖରେ ୨୦ ଜଣିଆ ଦଳ ସହ ସେ ଓ ତାଙ୍କ ପରିବାର ପହଲଗାମରେ ପହଞ୍ଚିଥିଲେ। ବୁଲାବୁଲି କରିବା ବେଳେ ଖଚର ଚଢ଼ିବା ସମୟରେ ଆତଙ୍କୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଭେଟିଥିଲେ। ତାଙ୍କ ଫୋନରେ ସେ ଯେଉଁ ବ୍ୟକ୍ତିଙ୍କ ଫଟୋ ଉଠାଛନ୍ତି ସେ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ।

ସେ କହିଛନ୍ତି ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ତାଙ୍କୁ ତାଙ୍କ ଧର୍ମ ବିଷୟରେ ପଚାରିଥିଲେ। ଗ୍ରୁପ୍‌ରେ ଆଉ କେତେ ଲୋକ ଅଛନ୍ତି, କୁଆଡେ ଯିବ ପ୍ରଶ୍ନ କରିଥିଲେ। ଖାଲି ସେତିକି ନୁହେଁ କୁରାନ ପଢ଼ିବାକୁ ମଧ୍ୟ କହିଥିଲେ। ରୁଦ୍ରାକ୍ଷମାଳ ପିନ୍ଧିବାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ଉକ୍ତ ବ୍ୟକ୍ତି ଜଣକ ପ୍ଲାନ-ଏ ଫେଲ ହୋଇଗଲା ବୋଲି ଅନ୍ୟ ଜଣଙ୍କୁ ଫୋନ୍‌ କରି ଜଣାଇଥିଲେ। ପ୍ଲାନ- ବି ରେଡ୍ଡି ରଖ। ୩୫ ବନ୍ଧୁକ ପଠାଇଛି। ସନ୍ଦେହ ହେବାରୁ ଆକ୍ରମଣ କ୍ଷେତ୍ର ବୈସରାନ ପୂର୍ବରୁ ପ୍ରାୟ ୫୦୦ ମିଟର ତଳକୁ ଓହ୍ଲାଇ ଅନ୍ୟ ଖଚର ଚାଳକଙ୍କ ସାହାଯ୍ୟରେ ଫେରି ଆସିଥିଲୁ। ଆଖପାଖର କିଛି ଲୋକଙ୍କ ଉଦ୍ଦେଶ୍ୟ ଠିକ୍ ନଥିଲା। ଆକ୍ରମଣ ଦିନ ପହଲଗାମ ପୋଲିସକୁ ଫୋନ୍‌ କରି ଜଣାଇଥିଲେ ମଧ୍ୟ ସେମାନେ କୌଣସି ଆକ୍ସନ ନେଇନଥିଲେ ବୋଲି ଏକତା ଅଭିଯୋଗ ଆଣିଛନ୍ତି।

Advertisment

ଏକତା ଏବଂ ତାଙ୍କ ପରିବାରକୁ ଘୋଡା ଚାଳକଙ୍କ ଉପରେ ସନ୍ଦେହ ସେଦିନ ବଞ୍ଚାଇ ଦେଇଥିଲା ତାଙ୍କ ଜୀବନ। ସେପଟେ ଏକତାଙ୍କ ଅଭିଯୋଗ ଆଧାରରେ ଉକ୍ତ ବ୍ୟକ୍ତିକୁ ଚିହ୍ନଟ କରି ଅଟକ ରଖିଛି ଗନ୍ଦେରବାଲ ଜିଲ୍ଲା ପୁଲିସ। ସେ ହେଲେ ଗନ୍ଦେରବାଲର ଗୋହିପୋରାର ଅୟାଜ ଅହମଦ ଜୁଙ୍ଗଲ। ସେ ପର୍ଯ୍ୟଟକଙ୍କ ପାଇଁ ଘୋଡ଼ା ଚାଳନା ସର୍ଭିସ ଦିଅନ୍ତି। ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ସନ୍ଦିଗ୍ଧର କୌଣସି ସମ୍ପର୍କ ଥିଲା କି ନାହିଁ ସେ ନେଇ ପଚରାଉଚରା ଜାରି ରହିଛି।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର

Kashmir Tourists Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ