• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯୁବତୀଙ୍କ ମୃତଦେହରୁ ଗାଏବ ହୋଇଗଲା ଆଖି । ଘଟଣାରେ ନିଲମ୍ବିତ ହେଲେ ସିଏମ୍‌ଓ । ଗିରଫ ହେଲେ ଦୁଇଜଣ ଡାକ୍ତର । ଜଣେ ୨୦ ବର୍ଷର ଯୁବତୀଙ୍କ ଦେହରୁ ଆଖି ଗାଏବ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ଶୁକ୍ରବାର ଦିନ ଏହି ଅଭାବନୀୟ ଘଟଣା ଘଟିଥିବାବେଳେ କର୍ତ୍ତବ୍ୟରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୋସିଆଲ ମିଡିଆରେ ‘X’ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ଗତ ସୋମବାର ଦିନ ଜଣେ ମହିଳାଙ୍କ ଶବବ୍ୟବଚ୍ଛେଦ କରାଯିବାକୁ ଶବବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା । ହେଲେ ମଙ୍ଗଳବାର ଦିନ ଜଣେ ମହିଳା ଡାକ୍ତରଙ୍କ ସମେତ ଅନ୍ୟ ତିନି ଜଣ ଡାକ୍ତର ସେଠାକୁ ଯାଇଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ମୃତ ମହିଳାଙ୍କ ଆଖି ନଥିବା କଥା କହିଥିଲେ । ପରେ ପରେ ଘଟଣାଟି ଥାନାରେ ପହଞ୍ଚିବା ସହ ପୋଲିସ ଏହାର ତଦନ୍ତ କରିଥିଲା । ଦୁଇ ଡାକ୍ତରଙ୍କୁ ଗିରଫ କରି ଥାନାକୁ ନେଇଥିଲା ।

ଦୁଇ ଡାକ୍ତରଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ । ଆଉ ଏହା ପଛର କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା । ହେଲେ ସେପରି କିଛି ତଥ୍ୟ ପାଇପାରିନଥିଲା । ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା ।

ଏପରି ଏକ ଘଟଣା ଉତ୍ତରପ୍ରଦେଶରୁ ସାମ୍‌ନାକୁ ଆସିଛି । ୟୁପିର ବଦାଉନ୍‌ ଜିଲ୍ଲାର ଏକ ଚିକିତ୍ସାଳୟରେ ଏହି ଘଟଣା ଘଟିଛି । ପରେ ପରେ ଏହି ମାମଲା କୋର୍ଟକୁ ଯିବା ପରେ କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ କରିଥିବା ୨ଜଣ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି । ଘଟଣାରେ କାହାର ସମ୍ପୃକ୍ତି ରହିଛି । ଏବଂ ଏହି ଘଟଣା ପଛରେ ଅନ୍ୟ କେଉଁମାନେ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି ।