• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଳାତକ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ଅମ୍ରିତପାଲ ସିଂ(Amritpal Singh)ର କୁତ୍ସିତ ମାନସିକତା । ଶିଖ୍‌ ଧର୍ମକୁ ନେଇ ପାଠ ପଢ଼ାଉଥିବା ଅମ୍ରିତପାଲର ଅସଲ ଚେହେରା ଏବେ ସମସ୍ତଙ୍କ ସାମ୍ନାରେ । ପଞ୍ଜାବକୁ ଖଲିସ୍ତାନ କରି ବିପ୍ଳବ ଆଣିବାକୁ ଚାହୁଁଥିବା 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟର ଏବେ ପର୍ଦ୍ଦାଫାଶ ହୋଇଛି । ଧର୍ମବାଣୀ ଶୁଣାଉଥିବା ଖଲିସ୍ତାନୀ ନେତା ଅଶ୍ଳୀଳ ଭିଡିଓ ତିଆରି କରି ଝିଅମାନଙ୍କୁ ବ୍ଲାକମେଲ କରୁଥିଲା । ବିବାହିତ ହେବା ପରେ ମଧ୍ୟ ପ୍ରେମ ଜାଲରେ ଫସାଇ ଝିଅଙ୍କୁ ଧମକ ଦେ‌ଉଥିଲା । ଜଣେ କି ଦୁଇ ଜଣ ନୁହେଁ ଏବେ ସୁଦ୍ଧା ସେ ଅନେକ ଝିଅଙ୍କ ସହ ଏପରି କରିସାରିଛି ।

ଅଧିକ ପଢ଼ନ୍ତୁ: ଅମ୍ରିତପାଲ୍ ସିଂ କିଏ ? କ’ଣ ତାର ଇତିହାସ ?

ଅମ୍ରିତପାଲ ଠାରେ ଖାଲିସ୍ତାନୀଙ୍କର କୌଣସି ଆଦର୍ଶ ନାହିଁ କିମ୍ବା ସେ କୌଣସି ସାଧୁ ନୁହେଁ । ବରଂ ଏପରି ଜଣେ କୁତ୍ସିତ ବ୍ୟକ୍ତି, ଯିଏ ମହିଳାମାନଙ୍କୁ ଭିଡିଓ କରି ବ୍ଲାକମେଲ କରେ । ସାମାଜିକ ଗଣମାଧ୍ୟମକୁ ଅମ୍ରିତପାଲ ବିରୋଧରେ କିଛି ଏପରି ପ୍ରମାଣ ହସ୍ତଗତ ହୋଇଛି । ସେଥିରେ କିଛି ଭିଡିଓ କ୍ଲିପ୍‌, ଅଡିଓ ଓ ଚାର୍ଟ ସାମିଲ ଅଛି । ଭିଡିଓ କ୍ଲିପ୍‌ରେ ଶୁଣିବା ପାଇଁ ମିଳୁଛି, ଜଣେ ଝିଅର ଆପତ୍ତିଜନକ ଭିଡିଓ ଅଛି, ଯାହା ସେ ଭାଇରାଲ କରିପାରିବ ।

ଏହା ବ୍ୟତୀତ ଅନ୍ୟ ଅଡିଓ କ୍ଲିପ୍ ଗୁଡିକରେ ସେ ଝିଅ ମାନଙ୍କ ନାମ ନେଇ କହୁଛି, ସେମାନେ ମୋତେ ବିବାହ କରିବାକୁ ଚାହାଁନ୍ତି । କିନ୍ତୁ ମୁଁ କେବଳ ସେମାନଙ୍କ ସହ କାଜୁଆଲ୍ ରିଲେସନ୍‌ସିପ୍‌(Extramarital affairs)ରେ ରହିବା ପାଇଁ ଚାହୁଁଛି । କାନାଡାର ଜଣେ ଝିଅ ମୋତେ ବିବାହ କରିବା ପାଇଁ ଚାହୁଁଛି । ହେଲେ ମୋର ଉଦ୍ଦେଶ୍ୟ ଭିନ୍ନ ।

ଏହା ବ୍ୟତୀତ ଅମ୍ରିତପାଲର ଇନଷ୍ଟା ଚାଟରୁ ମଧ୍ୟ ବହୁତ୍‌ କିଛି ସୁରାକ ମିଳିଛି । ଏକ ଭଏସ୍ ନୋଟରେ ଅମ୍ରିତ ନିଜର ତୃତୀୟ Extramarital affair ବିଷୟରେ କହୁଥିବା ଶୁଣିବାକୁ ମିଳୁଛି । ଅମ୍ରିତପାଲ କାହା ସହିତ ସିରିୟସ୍‌ ରିଲେସନସିପରେ ରହିବା ପାଇଁ ଚାହୁଁନଥିବା କହୁଛି । ସେ କେବଳ ଉପଭୋଗ କରିବାକୁ ଚାହୁଛି । କେହି ଝିଅ କମିଣ୍ଟମେଣ୍ଟ ଚାହିଁଲେ, ଅଲଗା ପିଲା ଖୋଜ ବୋଲି  କହୁଛି ।

ସୂଚନାଯୋଗ୍ୟ ୬ ଦିନ ବିତିଯାଇଥିଲେ ବି ଅମ୍ରିତପାଲର ଟେର ପାଉନି ପୋଲିସ୍‌। ଅମ୍ରିତପାଲଙ୍କ ପୈତୃକ ଗ୍ରାମ ଜଲ୍ଲୁପୁର ଖେଡ଼ାରେ ଗତକାଲି ତାଙ୍କ ପତ୍ନୀ କିରଣଦୀପ କୌର ଓ ମା’ ବଲୱିନ୍ଦର କୌରଙ୍କୁ ପୋଲିସ୍ ଜେରା କରିଛି । ହେଲେ ଏବେ ସୁଦ୍ଧା ଖଲିସ୍ତାନୀ ନେତାର କୌଣସି ଖୋଜଖବର ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now