Advertisment

ମୋଦି ଉଦଘାଟନ କରିଥିବା ରେଳ ଲାଇନ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଯୋଜନା

୧୩ ଦିନ ତଳେ ଏହି ଟ୍ରେନ୍ ଲାଇନକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Chandan Shishu
Explosion On Railway Track Inaugurated By PM Modi

Explosion On Railway Track Inaugurated By PM Modi

ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ରେଳ ଲାଇନ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଯୋଜନା। ରାଜସ୍ଥାନ ଉଦୟପୁରରେ ସାମ୍ନାକୁ ଆସିଛି ଏଭଳି ଘଟଣା। ଉଦୟପୁର-ଅହମ୍ମଦାବାଦ ରେଳ ଲାଇନ୍‌କୁ କିଛି ଦୁର୍ବୃତ୍ତ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଯୋଜନା କରିଥିଲେ। ଶନିବାର ବିଳମ୍ବିତ ରାତିରେ ଟ୍ରେନ୍ ଲାଇନ୍‌ରେ ଏକ ବିସ୍ଫୋରଣ ଶବ୍ଦ ଶୁଭିଥିଲା। ଏହା ପରେ ସ୍ଥାନୀୟ ବାସିନ୍ଦା ସେଠାକୁ ଯାଇ ଟ୍ରେନ୍ ଲାଇନ୍‌ରେ ଫାଟ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଏ ନେଇ ପୋଲିସକୁ ଖବର ଦେବା ପରେ ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଛନ୍ତି।

Advertisment

୧୩ ଦିନ ତଳେ ଏହି ଟ୍ରେନ୍ ଲାଇନକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାତ୍ର ଏହାକୁ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେବାକୁ ଦୁର୍ବୃତ୍ତମାନେ ଯୋଜମନା ଚଳାଇଥିଲେ ବୋଲି ଜିଲ୍ଲା କଲେକ୍ଟର ସୂଚନା ଦେଇଛନ୍ତି। ଗତକାଲି ବିସ୍ଫୋରଣର ୪ ଘଣ୍ଟା ପୂର୍ବରୁ ସେହି ଟ୍ରାକ୍ ଦେଇ ଏକ ଟ୍ରେନ୍ ଯାଇଥିଲା।

ବିସ୍ଫୋରଣ ଖବର ମିଳିବା ପରେ ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ରାଜସ୍ଥାନ ପୋଲିସ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ଆସନ୍ତା ମାସରେ ଉଦୟପୁରରେ ଜି-20 ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏଭଳି ଏକ ଅଘଟଣ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ଅଧିକ ତଦନ୍ତ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Advertisment
Advertisment