/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698685394.jpg)
Arvind Kejriwal
ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ୍। ଦିଲ୍ଲୀ ମଦନୀତି ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବାକୁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ED। ତାଙ୍କୁ ନଭେମ୍ବର ୨ରେ ହାଜର ହେବାକୁ ସମନ୍ ହୋଇଛି । ପୂର୍ବରୁ ଏହି ମାମଲାରେ ଗିରଫ ହୋଇଛନ୍ତି ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ସାଂସଦ ସଞ୍ଜୟ ସିଂ ।
ଅନ୍ୟପଟେ ଆଜି ସକାଳେ ସିସୋଦିଆଙ୍କ ଜାମିନ ନାମଞ୍ଜୁର କରିଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଝଟ୍କା ଲାଗିଛି । ସିବିଆଇ ଏବଂ ଇଡି ଦ୍ୱାରା ତାଙ୍କ ବିରୋଧରେ ଯାଞ୍ଚ କରାଯାଇଥିବା ମାମଲାର ଶୁଣାଣି କରି ଜାମିନ୍ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍.ଭି.ଏନ୍ ଭଟ୍ଟୀ ଏହି ରାୟ ଶୁଣାଇଛନ୍ତି । ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ୬ରୁ ୮ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଥିବା ମାମଲାଗୁଡ଼ିକରେ ଧାରା ୪୫ ଅନୁଯାୟୀ ଜାମିନ ପ୍ରଦାନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)