• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୃହ ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି । ଶନିବାର ଗୃହ ମନ୍ତାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । CAPF ବା ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ ପାଇଁ ହେବାକୁ ଥିବା ପ୍ରତ୍ୟେକ ପରୀକ୍ଷା ଏଣିକି ହିନ୍ଦି ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବ । ଏପରିକି ଓଡ଼ିଆ ଭାଷାରେ ମଧ୍ୟ ଜଣେ ଏହି ପରୀକ୍ଷା ଦେଇପାରିବ। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହା ଏକ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି । ଏହି ନିଷ୍ପତ୍ତି ଦ୍ୱାରା ପରୀକ୍ଷାର୍ଥୀ ନିଜ ଭାଷାରେ ପରୀକ୍ଷା ଦେବାର ସୁଯୋଗ ପାଇବେ । ଜାନୁଆରୀ ୧ରୁ ଏହା ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ ।

ହିନ୍ଦି, ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷା ମଧ୍ୟରେ ଆସାମୀ, ବଙ୍ଗାଳି, ଗୁଜୁରାଟି, ମରାଠି, ମାଲାୟଲମ୍, କନ୍ନଡ଼, ତାମିଲ, ତେଲଗୁ, ଓଡ଼ିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁର ଏବଂ କୋଙ୍କଣି ଭାଷା ସାମିଲ ରହିଛି । ଅଧିକରୁ ଅଧିକ ଇଚ୍ଛୁକ ପ୍ରାର୍ଥୀ ଯେଭଳି CAPF ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି । ଆଞ୍ଚଳିକ ଭାଷାରେ ପରୀକ୍ଷା କରାଗଲେ ଅଧିକରୁ ଅଧିକ ପରୀକ୍ଷାର୍ଥୀ ଭାଗ ନେବେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଖାଲି ସେତିକି ନୁହେଁ ଏହା ଦ୍ୱାରା ଚୟନକର୍ତ୍ତାଙ୍କ ପାଖରେ ଅଧିକ ଅପ୍‌ସନ୍‌ ମଧ୍ୟ ରହିବ । ପ୍ରତିଯୋଗୀତା ମଧ୍ୟ ଉଚ୍ଚ କୋଟିର ହେବ ବୋଲି ଆଶା କରାଯାଇଛି । 

ବୁଦ୍ଦିଜୀବୀଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଏହି ଦିଗରେ ନିଷ୍ପତ୍ତି ନେବା ପାଇଁ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଏଭଳି ବଡ଼ ନିପତ୍ତି ନିଆଯାଇଛି । କନଷ୍ଟେବଲ GD ହେଉଛି ଏମିତି ଏକ ପରୀକ୍ଷା, ଯାହାକୁ SSC ପକ୍ଷରୁ ଆୟୋଜନ କରାଯାଏ । ସାରା ଦେଶରେ ଏହା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କୁ ଚାକିରି କରିବାର ସୁଯୋଗ ଦେଇଥାଏ । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଏଭଳି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଥିବା ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।